ନିର୍ଦ୍ଦୟ ଭାବେ ଚାଲାଣ ହେଉଥିଲା ବଳଦ, ଗାଡିକୁ ଅଟକ ରଖିଲେ ଗ୍ରାମବାସୀ

Published By : Prameya-News7 Bureau | June 11, 2021 IST

ପାଟଣା, ୧୧/୦୬ :  ବଳଦ ବୋଝେଇ ଟାଟା ଏସିଇ   ଗାଡିକୁ ଅଟକ ରଖିଲେ ଗ୍ରାମବାସୀ । ଉଦ୍ଧାର ହେଲେ ୪ ବଳଦ । କେନ୍ଦୁଝର ଜିଲ୍ଲା ପାଟଣା ରାମଚନ୍ଦ୍ରପୁର ଗ୍ରାମରେ ଏହି ଘଟଣା ସାମ୍ନାକୁ ଆସିଛି ।

 ଟାଟା ଏସି  ଗାଡ଼ିରେ ବଳଦ ଚୋରା ଚାଲାଣ ବେଳେ ବଳଦ ବୋଝେଇ ଟାଟା ଏସି ଗାଡିକୁ ଅଟକ ରଖିଲେ ଗ୍ରାମବାସୀ। ତୁରୁମୁଙ୍ଗା ଥାନା ରାମଚନ୍ଦ୍ରପୁର ଗ୍ରାମ ଦେଇ ଏହି ବଳଦ ଗୁଡିକୁ ଅତି ଦୟନୀୟ ଅବସ୍ଥାରେ ପଡିଆପଶିରୁ ଚଢ଼େଇଭୋଳକୁ ଚାଲାଣ କରାଯାଉଥିଲା । ତେବେ ସୂଚନା ପାଇ ଗ୍ରାମବାସୀ  ଏହାକୁ ଅଟକ ରଖିଥିଲେ।

ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଗାଡି ଭିତରୁ ୪ ବଳଦକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.