Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଝିଅର ଦ୍ୱିତୀୟ ବିବାହ ପାଇଁ ବାପାକୁ କଙ୍ଗାରୁ କୋର୍ଟରେ ଦଣ୍ଡ, ଲକ୍ଷେ ଟଙ୍କା ନଦେବାରୁ ନେଇଗଲେ ବଳଦ ଓ ଛେଳି

7/09/2021 at 12:05 PM

ଯଶିପୁର,୦୭/୦୯: ଝିଅ ଦ୍ୱିତୀୟ ବିବାହ କଲେ ବୋଲି ବୃଦ୍ଧ ବାପାକୁ କଙ୍ଗାରୁ କୋର୍ଟରେ ନିର୍ଯାତନା । ଯଶିପୁର ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତର ଧୁଡୁକୁ ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ନିର୍ଯାତନାର ଶିକାର ହୋଇଛନ୍ତି ଗାଁର ପିଅନ ନାଏକ । ସେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରି ଝିଅର ପ୍ରଥମ ସ୍ୱାମୀକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ ଗୌରାଙ୍ଗ ନାଏକ(୩୫) । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଅଞ୍ଚଳର ରାଡ଼ଙ୍ଗ ଗ୍ରାମରେ ।

ପିଅନ ନାଏକଙ୍କ ଝିଅ ପୂର୍ବରୁ ଗୌରାଙ୍ଗକୁ ପ୍ରେମ ବିବାହ କରିଥିଲେ । ଗୌରାଙ୍ଗ ୧୦ବର୍ଷ ହେବ କାମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଝିଅ ବାପ ଘରେ ରହୁଥିଲେ । ନିକଟରେ ଝିଅକୁ ପିଅନ ଅନ୍ୟତ୍ର ବିବାହ କରି ଦେଲେ । ଏହି ଖବର ପାଇଥିଲା ଗୌରାଙ୍ଗ । ସେ ଗାଁର କିଛି ଅସାମାଜିକ ଲୋକଙ୍କୁ ମେଳି କରି ଗାଁ ସଭା ବସାଇଥିଲା । ଏଥିରେ ଝିଅର ବାପାଙ୍କୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଗଲା । ସେ ଟଙ୍କା ଦେବାକୁ ଅସମର୍ଥ ହେବାରୁ ରାତିରେ ତାଙ୍କ ଘରେ ପଶି ଟିଭି, ଫ୍ୟାନ ସହ ୧୨ଟି ଛେଳି, ହଳେ ବଳଦ, ୧୧ଟି କୁକୁଡ଼ା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜୋର ଜବରଦସ୍ତ ନେଇଗଲେ । ପରେ ବୃଦ୍ଧଙ୍କ ଘର ସମ୍ମୁଖରେ ଲିମ୍ବ ଡାଳ ପୋତି ତାଙ୍କୁ ବାସନ୍ଦ କରାଗଲା ବୋଲି ଘୋଷଣା କରିଥିଲେ ।

ଏନେଇ ଝିଅର ବାପା ଥାନାରେ ଏତଲା ଦେବା ସହ ଉପଖଣ୍ଡ ପୁଲିସ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରିଥିଲେ । ପୁଲିସ ୧୮୦/୨୧ରେ ଏକ ମାମଲା ରୁଜୁ କରି ଝିଅର ପ୍ରଥମ ସ୍ୱାମୀ ଗୌରାଙ୍ଗ ନାଏକ (୩୫)ଗିରଫ କରଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅଞ୍ଚଳର ରାଡଙ୍ଗ ଗ୍ରାମର ଅଭିଯୁକ୍ତର ଢ଼େମଣାନାଳୀ ଗ୍ରାମରେ ଥିବା ଧରମ ମାଆ ଘରୁ ଲୁଟ ଜିନିଷପତ୍ର ପୁଲିସ ଉଦ୍ଧାର କରିଛି । ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଖୋଜୁଥିବା ଥାନାର ତଦନ୍ତକାରୀ ଅଫିସର ରାଜେଶ ଶତପଥୀ ଓ ଉପଖଣ୍ଡ ପୁଲିସ ଅଧିକାରୀ ସୁଦର୍ଶନ ଗାଙ୍ଗଇ ସୂଚନା ଦେଇଛନ୍ତି ।

   Related Posts