ମୁମ୍ବାଇ ୨୬/୧୨: ବାଲ ଠାକରେଙ୍କ ଜୀବନୀକୁ ଆଧାର କରି ପ୍ରସ୍ତୁତ ହୋଇଥିବା ଫିଲ୍ମର ୩ଟି ଦୃଶ୍ୟକୁ ସେନ୍ସରବୋର୍ଡ଼ ବିରୋଧ କରିଛି। ସେନ୍ସରବୋର୍ଡ଼ର ଆପତ୍ତିକୁ କେନ୍ଦ୍ରକରି ଶିବସେନା ଆକ୍ରମଣାତ୍ମକ ହୋଇଛି। ଯେଉଁ ୩ଟି ଦୃଶ୍ୟକୁ ବିରୋଧ କରାଯାଇଛି ସେଥିରେ ବାବ୍ରି ମସଜିଦର ଏକ ଦୃଶ୍ୟ ସାମିଲ ଅଛି। ଫିଲ୍ମଟି ମରାଠୀ ଏବଂ ହିନ୍ଦୀ ଭାଷାରେ ନିର୍ମାଣ ହୋଇଛି। ଆଜି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି।
wp:core-embed/youtube {"url":"https://www.youtube.com/watch?v=Qqpl_sAcQF8","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"} /wp:core-embed/youtubeସୂଚନା ମିଳିଛି ଯେ ଏହି ଫିଲ୍ମକୁ ଅଧିକ ଖାସ୍ କରିବା ପାଇଁ ବାଲା ସାହେବ ଠାକରେଙ୍କ ବ୍ୟକ୍ତିଗତ ଜୀବନକୁ ମଧ୍ୟ ଏହି ଫିଲ୍ମରେ ଦେଖାଯାଇଛି। ଏହି ଫିଲ୍ମର ଟ୍ରେଲର ୨ଟି ଭାଷାରେ ରିଲିଜ କରାଯାଇଛି। ବାଲା ସାହେବ ଠାକରେ ନିଜ ଯାତ୍ରା କାର୍ଟୁନିଷ୍ଟରୁ ଆରମ୍ଭ କରିଥିଲେ । ଇଂରାଜୀ ଖବରକାଗଜରେ ତାଙ୍କ ଦ୍ବାରା ପ୍ରସ୍ତୁତ କାର୍ଟୁନ୍ ଖୁବ୍ ଲୋକପ୍ରିୟ ହେଉଥିଲା। ଏହା ପୂର୍ବରୁ ଫିଲ୍ମରେ ନଓ୍ବାଜୁଦ୍ଦିନଙ୍କ ଫାଷ୍ଟ ଲୁକ୍ ମଧ୍ୟ ରିଲିଜ କରାଯାଇଛି ଯାହା ଦ୍ବାରା ସେ ଖୁବ୍ ଚର୍ଚ୍ଚାରେ ଅଛନ୍ତି।
ସଞ୍ଜୟ ରାଉତ ନିବେଦିତ ‘ଠାକରେ’ ଫିଲ୍ମର ନିର୍ଦ୍ଦେଶନା ଅଭିଜିତ ଫାଁସେ ଦେଇଛନ୍ତି । ଟିଜରର ଆରମ୍ଭ ଦଙ୍ଗା ଦୃଶ୍ୟରୁ ହେଉଛି ଯେଉଁଥିରେ ଏକ କାନ୍ଦୁଥିବା ଶିଶୁ ନଜର ଆସିଛି। ତା ପାଖରେ ଗୋଟିଏ ପେଟ୍ରୋଲ୍ ବୋମା ଆସି ବିସ୍ଫୋରଣ ହେଉଛି ଏବଂ ଏହା ପରେ ପରେ ଦଙ୍ଗା ଦୃଶ୍ୟ ଆରମ୍ଭ ହୋଇଯାଉଛି।
ଫିଲ୍ମରେ ନଓ୍ବାଜୁଦ୍ଦିନ ସିଦ୍ଦିକୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଖବର ମିଳିଛି ଯେ ବାଲା ସାହେବଙ୍କ ଜନ୍ମ ଦିବସ ଅବସରରେ ଏହି ଫିଲ୍ମଟି ୨୦୧୯ ଜାନୁୟାରୀ ୨୩ତାରିଖରେ ସମସ୍ତ ସିନେମା ହଲରେ ମୁକ୍ତିଲାଭ କରିବ। ଫିଲ୍ମର ପୋଷ୍ଟରରେ ନଓ୍ବାଜୁଦ୍ଦିନ ପୂରା ବାଲ ଠାକରେଙ୍କ ପରି ଦିଶୁଛନ୍ତି।