Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପ୍ରେମିକାକୁ ଦେଖା କରିବାକୁ ଆସିଥିଲା ପ୍ରେମିକ, ହଠାତ ପଳାଇ ଆସିଲେ ଭାଇ, ଭୟରେ ବାକ୍ସ ଭିତରେ…

8/07/2021 at 1:27 PM

ମୟୂରଭଞ୍ଜ, ୦୮/୦୭ : ଘରେ କେହି ନଥିଲେ । ଘରକୁ ଡାକିଲା ପ୍ରେମିକା ।ଷ୍ଟାଇଲ୍ ମାରି ଦେଖା କରିବାକୁ ପ୍ରେମିକା ଘରକୁ ଆସିଗଲା ପ୍ରେମିକ। ପ୍ରେମାଳାପରେ ମାତିଥିଲେ ଉଭୟ । କିନ୍ତୁ ସବୁ ଫସର ଫାଟିଗଲା । ହଠାତ ଆସିଗଲେ ଘର ଲୋକ । ଭୟରେ ପ୍ରେମିକକୁ ବାକ୍ସରେ ପୁରାଇ ତାଲା ପକାଇଦେଲା ପ୍ରେମିକା । ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକ ଅଞ୍ଚଳରେ ।

ସୂଚନାନୁସାରେ, ସୁକୃଳି ବ୍ଲକ ଅଞ୍ଚଳର ଜଣେ ଯୁବତୀ  ରୁହନ୍ତି । ସେ ନିକଟସ୍ଥ ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ଉଭୟ ଭଲରେ ମିଳାମିଶା କରିପାରୁନଥିଲେ । କିନ୍ତୁ ଆଜି ଯୁବତୀଙ୍କ ଘରେ କେହି ନଥିଲେ । ଏଥିପାଇଁ ସେ ତାଙ୍କ ପ୍ରେମିକଙ୍କୁ ଘରକୁ ଡାକିଥିଲେ । ପ୍ରେମିକ ମଧ୍ୟ ଖୁସିରେ ଯୁବତୀଙ୍କ ଘରକୁ ଆସିଥିଲେ । କିନ୍ତୁ ସବୁ ବିଗିଡିଗଲା । ଉଭୟେ ପ୍ରେମାଳାପରେ ମାତିଥିବା ବେଳେ ଯୁବତୀଙ୍କ ଭାଇ ପଳାଇ ଆସିଥିଲେ । ଏତିକିରେ କଥା ସରିଗଲା ।

ଯୁବତୀଜଣଙ୍କ ବାଟ ନପାଇ ଘରେ ଥିବା ଏକ ବାକ୍ସ ଭିତରେ ପ୍ରେମିକକୁ ପୁରାଇ ଦେଇଥିଲେ । ଏପରିକି ତାଲା ମଧ୍ୟ ପକାଇଥିଲେ । ତେବେ ଘରଲୋକେ ଏହା ଜାଣିପାରି ଯୁବତୀଙ୍କୁ  ବାକ୍ସର ତାଲା ଖୋଲିବାକୁ କହିଥିଲେ । କିନ୍ତୁ ଯୁବତୀ ଭୟରେ ଖୋଲି ନଥିଲେ ।ଏହି ଘଟଣାକୁ ନେଇ ଗ୍ରାମରେ ଚର୍ଚ୍ଚା ହେବା ପରେ ଯୁବତୀଙ୍କ ଘରେ ଗହଳି ଲାଗିଥିଲା । ତେବେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

   Related Posts