Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ବାକିରେ ସେକ୍ସ : ଧରାପଡ଼ିଲା ସେକ୍ସ ରାକେଟ, ମାଲେସିଆରେ ବିଦେଶିନୀଙ୍କୁ ନେଇ ଚାଲିଥିଲା କାରବାର

4/09/2020 at 2:31 PM

ଜୋହୋର ଭାରୁ (ମାଲେସିଆ) : ବାକିରେ ଚାଲିଛି ସେକ୍ସ ! ପ୍ରଥମେ ସେବା ପରେ ପେମେଣ୍ଟ। ବିଦେଶୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବେଶ୍ୟାବୃତ୍ତି ସିଣ୍ଡିକେଟ ଦେଉଛି ଧମାକେଦାର ଅଫର । ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିଛି ମାଲେସିଆ ପୋଲିସ ।

ମାଲେସିଆର ଓପ୍ସ ନୋଡାରେ ଚାଲିଥିଲା ଏହି ରାକେଟ । ଅଗଷ୍ଟ ୨୭ ସକାଳେ ଓ ସେପ୍ଟେମ୍ବର ୨ ସନ୍ଧ୍ୟାରେ ଓପ୍ସ ନୋଡା ସ୍ଥିତ ୫ଟି ଶସ୍ତା ହୋଟେଲରେ ରେଡ୍ କରି ଏହି ରାକେଟକୁ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ । ତେବେ ଏହି ଚଢ଼ାଉ ବେଳେ ୧୨ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି। ପୁରୁଷଙ୍କ ବୟସ ୩୧ରୁ ୬୧ ବର୍ଷ ମଧ୍ୟ ହୋଇଥିବା ବେଳେ ସେମାନେ ସମସ୍ତେ ଏହି ରାକେଟର ମାଷ୍ଟରମାଇଣ୍ଡ ବୋଲି ସନ୍ଦେହ କରାଯାଉଥିବା କହିଛନ୍ତି । ରାଜ୍ୟ ପୋଲିସ ମୁଖ୍ୟ ଦାତୁକ ଆୟୋବ ଖାନ ମାଇଦିନ ପିଚେ ।

ଏହାସହ ୩୧ ଜଣ ବିଦେଶୀ ମହିଳାଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଯେଉଁମାନେ ବେଶ୍ୟାବୃତ୍ତିରେ ଲିପ୍ତ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ୨୧ ଜଣ ଦେହଜୀବୀଙ୍କ ମଧ୍ୟରୁ ୨୧ ଜଣ ଭିଏତନାମର ହୋଇଥିବା ବେଳେ ଇଣ୍ଡୋନେସିଆରୁ ୯ ଓ ଥାଇଲ୍ୟାଣ୍ଡରୁ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି । ଏମାନଙ୍କ ବୟସ ୧୯ରୁ ୩୬ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ କହିଛି ।

ଘଟଣାସ୍ଥଳରୁ ୧୫ଟି ମୋବାଇଲ ଫୋନ, ୧୨୫ଟି କଣ୍ଡୋମ, ୭ଟି ହୋଟେଲ କାର୍ଡ, ୨ ଲୁବ୍ରିକାଣ୍ଟ ଟ୍ୟୁବ୍, ମସାଜ ଓଏଲ, ଟିସୁ ପେପର ସହ ୧୬୭୦ ଆରଏମ(ମାଲେସିଆ ମୂଦ୍ରା) ମଧ୍ୟ ଜବତ କରିଛି ପୋଲିସ ।

ଏହି ବେଶ୍ୟାବୃତ୍ତି ୨୪ ଘଣ୍ଟା ଚାଲିଥିବା ବେଳେ ଡିମାଣ୍ଡ ଅନୁସାରେ ଟଙ୍କା ଆଦାୟ ହେଉଥିଲା । ପ୍ରତି ଗ୍ରାହକଙ୍କ ଠାରୁ ୧୯୦ ଓ ୬୫୦ ମାଲେସିଆ ମୂଦ୍ରା (ମାଲେସିଆନ୍ ରିଞ୍ଜିଟ୍) ଆଦାୟ କରାଯାଉଥିଲା । ଏନେଇ ଜୋହୋର ପୋଲିସ ସୂଚନା ଦେଇଛି। ପ୍ରଷ୍ଟିଚ୍ୟୁଟ୍ ସିଣ୍ଡିକେଟ୍ ନିଜର ଦେହଜୀବୀଙ୍କ ଫଟୋ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗ୍ରାହକଙ୍କୁ ପଠାଉଥିଲା । ଏଥିପାଇଁ ଏମଆଇ ଚାଟ, ଓ୍ବାଟସଆପ୍ ଓ ଓ୍ବିଇଚାଟ୍ ଭଳି ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ପଠାଯାଉଥିଲା ଦେହଜୀବୀଙ୍କ ଫଟୋ । ଏହା ବ୍ୟତୀତ ପ୍ରଷ୍ଟିଚ୍ୟୁଟ୍ ଡେଲିଭରୀ ସେବା ମଧ୍ୟ ଉପଲବ୍ଧ ହେଉଥିଲା । ଏଥିପାଇଁ ୨୦ରୁ ୫୦ ମାଲେସିଆନ୍ ରିଞ୍ଜିଟ୍ ଦାବି କରାଯାଉଥିବା ନେଇ ଆୟୋବ ଖାନ କହିଛନ୍ତି ।

ଏହା ବ୍ୟତୀତ ୫୫୫ଟି ନୋଟବୁକ୍ ମଧ୍ୟ ପୋଲିସକୁ ମିଳିଛି । ଯାହାଦ୍ବାରା ଗ୍ରାହାକଙ୍କୁ ଦେହଜୀବୀଙ୍କ ସମ୍ପର୍କରେ ସୂଚନା ଦେବା ସହ ଟଙ୍କା କାଣ୍ଟ ଛାଣ୍ଟ ସୁବିଧା ମଧ୍ୟ ଉପଲବ୍ଧ କରାଉଥିଲା ସିଣ୍ଡିକେଟ୍ । ଏହାସହ ଅଟକ ରଖାଯାଇଥିବା ଦେହଜୀବୀଙ୍କ ମଧ୍ୟରେ ଅନେକଙ୍କ ପାଖରେ ବୈଧ  ଭିଜିଟ୍ ପାସ୍ ଥିବା ବେଳେ କେତେକଙ୍କ ପାଖରେ ଭିଜିଟ୍ ପାସ୍ର ଅବଧି ସରିଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅଟକ ରଖାଯାଇଥିବା ସମସ୍ତ ଦେହଜୀବୀଙ୍କୁ ସପ୍ତାହେ ପର୍ଯ୍ୟନ୍ତ ପଚରା ଉଚରା କରାଯିବ । ସେକ୍ସନ ୩୭୨ ଓ ୩୭୩ ଆଧାରରେ ତଦନ୍ତ ଜାରି ରହିବ। ଜାନୁଆରି ୧ରୁ ଅଗଷ୍ଟ ୩୧ ମଧ୍ୟରେ ୧୦୧୯ ବିଦେଶୀଙ୍କ ସମେତ ମୋଟ ୧୭୮୮ ଜଣ ଏବେ ପୋଲିସ ସ୍କାନରରେ ଥିବା ଆୟୋବ ଖାନ କହିଛନ୍ତି ।

   Related Posts