ବେକରେ ଦଉଡି ଲଗାଇ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା...

Published By : Prameya-News7 Bureau | July 29, 2020 IST

ସୋର୨୯/୭: ବେକରେ ଦଉଡି ଲଗାଇ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା । ମିଳିଥିବା ସୂଚନା ମୁତାବକ, ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ବାରିକପୁର ଅଞ୍ଚଳର ଜଣେ ରବିନ୍ଦ୍ର ସିଂଙ୍କ ଝିଅ ରେବତି ଭଦ୍ରକର ଏକ ଘରୋଇ ନର୍ସିଂ କଲେଜରେ ପାଠ ପଢୁଥିଲେ । ତେବେ ମହାମାରୀ କରୋନା ପାଇଁ ସମସ୍ତ କଲେଜ ବନ୍ଦ ଥିବାରୁ ସରକାର ନିର୍ଦ୍ଦେଶ ଅନୁସାରେ ଅନଲାଇନରେ ପାଠ ପଢାଯାଉଛି । ତେବେ ଯୁବତୀ ଜଣକ ଅନଲାଇନରେ ପାଠ ପଢୁଥିବା ବେଳେ ପରିବାର ଲୋକ ବିଲ କାମ କରିବାକୁ ଯାଇଥିଲେ । ମାତ୍ର ପରିବାର ଲୋକ ବିଲରୁ ଫେରି ଦେଖିବା ବେଳକୁ ଯୁବତୀ ଜଣକ ବେକରେ ଦଉଡି ଦେଇ ଦେଇଥିବା ଦେଖି ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇ ଆସିଥିଲେ ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ  ପଠାଇ ତଦନ୍ତ କରୁଥିବା ଜଣାପଡିଛି ।  ସେ କଣ ପାଇଁ ଆତ୍ମହତ୍ୟା କଲେ, ତାହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.