ବଜ୍ରପାତରେ ଜଳିଗଲା ଘର, ବର୍ତ୍ତିଗଲା ତିନି ଜୀବନ

Published By : Prameya-News7 Bureau | April 26, 2020 IST

କରଞ୍ଜିଆ୨୬।୦୪: ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର। ଅଳ୍ପକେ ବର୍ତ୍ତିଗଲା ତିନି ଜୀବନ । ଘରେ ଥିବା ବାଇକରେ ନିଆଁ ଲାଗିବା ସହ ଜଳିଗଲେ ହଂସ ଏବଂ କୁକୁଡ଼ା ।

{"id":260215,"sizeSlug":"large"}

ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଧାତିକିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ବୈଦେହୀ ନାଏକଙ୍କ ଘର ଉପରେ ହୋଇଥିଲା ବଜ୍ରପାତ । ଏହାଦ୍ୱାରା ଦୁଇ ବଖରା ଘର ପୋଡିଯାଇଥିଲା । ଏବଂ ଅଳ୍ପକେ ବର୍ତ୍ତିଯାଇଥିଲା ତିନିଜଣଙ୍କ ଜୀବନ ।  ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.