ବଡ ହୋଇଗଲେଣି 'ବଜରଙ୍ଗୀ ଭାଇଜାନ'ର ମୁନ୍ନି: ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଶଂସକ

Published By : Prameya-News7 Bureau | November 17, 2020 IST

ମୁମ୍ବାଇ ୧୭/୧୧ : ସଲମାନ ଖାନଙ୍କ ଫିଲ୍ମ ବଜରଂଗୀ ଭାଇଜାନରେ ମୁନ୍ନି ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ହର୍ଷାଲି ମଲହୋତ୍ରା। ହର୍ଷାଲି ବର୍ତ୍ତମାନ ବଡ ହୋଇଗଲେଣି। କିନ୍ତୁ ଏବେ ବି ସେମିତି ସୁନ୍ଦର ଦେଖାଯାଉଛନ୍ତି ଯେମିତି ପିଲାବେଳେ ଦେଖା ଯାଉଥିଲେ। ଦୀପାବଳିରେ ହର୍ଷାଲି ସୋସିଆଲ ମିଡ଼ିଆରେ ନିଜ ଫଟୋ ସେୟାର କରିଛନ୍ତି। ହର୍ଷାଲିଙ୍କ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ପ୍ରଶଂସକ ହର୍ଷାଲିଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ସେ ଏତେ ଶୀଘ୍ର କେମିତି ବଡ ହୋଇଗଲେ।

{"id":363365,"sizeSlug":"large"}

ହର୍ଷାଲି ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ସେ ସାଲୱାର ସୁଟ ପିନ୍ଧିଛନ୍ତି। ଦୀପାବଳିର ଏହି ଫଟୋରେ ସେ ରଙ୍ଗୋଲି ପକାଉଥିବା ନଜର ଆସିଛନ୍ତି। ଆଉ କିଛି ଫଟୋରେ ସେ ଦୀପ ଧରି ପୋଜ ଦେଇଛନ୍ତି।

{"id":363366,"sizeSlug":"large"}

ବଜରଂଗୀ ଭାଇଜାନ ଫିଲ୍ମ ସୁଟିଂ ସମୟରେ ହର୍ଷାଲିଙ୍କୁ ୭ ବର୍ଷ ବୟସ ହୋଇଥିଲା। ଏବେ ତାଙ୍କୁ ୧୨ ବର୍ଷ ହେଉଛି। ଏହି ଫିଲ୍ମ ପାଇଁ ସେ ଅନେକ ପ୍ରଶଂସା ସାଉଁଟିଥିଲେ। ଏହି ଫିଲ୍ମ ପାଇଁ ସେ ସ୍କ୍ରିନ ଆୱାର୍ଡ ଫର ଚାଇଲ୍ଡ ଆର୍ଟିଷ୍ଟ ଆୱାର୍ଡ ପାଇଥିଲେ। ବଜରଂଗୀ ଭାଇଜାନ ପୂର୍ବରୁ ସେ କିଛି ଟିଭି ସିରିଏଲରେ ମଧ୍ୟ ନଜର ଆସିଥିଲେ।

{"id":363368,"sizeSlug":"large"}

ହର୍ଷାଲି ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରୁହନ୍ତି ଏବଂ ଅଧିକାଂଶ ସମୟରେ ନିଜ ଫଟୋ ସେୟାର କରନ୍ତି। ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଅନେକ ଫଲୋୟର୍ସ ଅଛନ୍ତି। ସେ ପୁଣି କେବେ କେଉଁ ସିରିଏଲ ବା ଫିଲ୍ମରେ ନଜର ଆସିବେ ସେନେଇ ପ୍ରଶଂସକ ଅପେକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.