ବଜରଙ୍ଗ ପୁନିଆଙ୍କ ବାହାଘରରେ ହେବନି ରୋଷଣୀ, ବାଜିବନି ବ୍ୟାଣ୍ଡ୍ ବାଜା, ୨ ମଲ୍ଲଯୋଦ୍ଧା ପୁନିୟା ଓ ସଙ୍ଗୀତାଙ୍କ ବାହାଘରରେ ମାତ୍ର ୨୦ ଅତିଥି

Published By : Prameya-News7 Bureau | November 09, 2020 IST

ନୂଆଦିଲ୍ଲୀ, ୦୯୧୧:   କରୋନା ପହିଲମ୍ୟାନ୍ ବଜରଙ୍ଗ ପୁନିଆଙ୍କ ଧୂମଧାମରେ ବିବାହ କରିବାର ସ୍ୱପ୍ନକୁ ଭାଙ୍ଗି ଦେଇଛି । ବଜରଙ୍ଗଙ୍କ ବିବାହରେ ଏବେ ବ୍ୟାଣ୍ଡ୍ ବାଜା, ବରଯାତ୍ରୀ କିଛି ହେବ ନାବିଁ । ସେ ସଙ୍ଗୀତା ଫୋଗାଟଙ୍କୁ ବିବାହ କରିବେ । କିନ୍ତୁ ଏହି ବିବାହରେ ବଜରଙ୍ଗଙ୍କ ପରିବାରର ମାତ୍ର ୨୦ ଜଣ ଯୋଗ ଦେବେ ।

ଏପରିକି ବଜରଙ୍ଗର ନିର୍ବନ୍ଧ ମଧ୍ୟ ହେବ ନାହିଁ । କେବଳ ବିବାହ ଦିନ ନିର୍ବନ୍ଧର କିଛି ବିଧୀ ପାଳନ ହେବ । ଏପରି ସ୍ଥିତିକୁ ନେଇ ବଜରଙ୍ଗଙ୍କର ପିତା ବଳବାନ ସିଂ ନିରାଶ ଅଛନ୍ତି । ବଳବାନ କହିଛନ୍ତି ଯେ, କରୋନା ତାଙ୍କ ପୁଅଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛି । କାରଣ ବଜରଙ୍ଗ ଧୂମଧାମରେ ବିବାହ କରିବେ ବୋଲି ଇଚ୍ଛା ରଖିଥିଲେ ।

{"id":359025,"sizeSlug":"large"}

ଗତ ବର୍ଷ ସଙ୍ଗୀତାଙ୍କ ସହ ବଜରଙ୍ଗଙ୍କ ବିବାହ ସ୍ଥିର ହୋଇଥିଲା । ଦୁଇ ପରିବାରର ସହମତିରେ ଏହି ବିବାହ ହେବ । ସେହିସମୟରେ ବଜରଙ୍ଗଙ୍କ ପିତା ବଳବାନ ପୁଅର ବାହାଘର ଧୂମଦାମରେ କରିବେ ବୋଲି କହିଥିଲେ । ପୈତୃକ ଗ୍ରାମ ଖୁଡୁନ ଓ ସୋନିପତରେ ଏହା ଅନୁଷ୍ଠିତ ହୋଇଥାନ୍ତା । କିନ୍ତୁ କରୋନା ସବୁକିଛି ବିଗାଡି ଦେଇଛି ।

ସୂଚନାଯୋଗ୍ୟ, ଅଲମ୍ପିକ୍ କାରଣରୁ ବଜରଙ୍ଗଙ୍କ ବିବାହ ଚଳିତ ବର୍ଷ ନଭେମ୍ବର ୨୫ରେ ହେବା ନେଇ ସ୍ଥିର ହୋଇଛି । କରୋନା ସଂକ୍ରମଣ ପାଇଁ ବିବାହରେ ମାତ୍ର ହାତ ଗଣତି ଅତିଥି ଯୋଗଦେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.