Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରୟାଗରାଜ ଧାର୍ମିକ ଯାତ୍ରାରେ ଗଲେ ହନୁମାନଜୀ, ଗଙ୍ଗା ସ୍ନାନ ସାରି ମାସକ ପରେ ଫେରିବେ ରାଜସ୍ଥାନ

ଭିଲୱାଡା୧୦।୨: ବଜରଙ୍ଗବଲୀ ସୋମବାର ରାଜସ୍ଥାନରୁ ପ୍ରୟାରାଜ ଯାତ୍ରାରେ ଯାଇଛନ୍ତି। ସେଠାରେ ଗଙ୍ଗାନ ସ୍ନାନ ସାରି ପ୍ରାୟ ମାସକ ପରେ ପୁଣି ଫେରିବେ। ହନୁମାନ ଜୀଙ୍କୁ ଏହି ଧାର୍ମିକ ଯାତ୍ରାରେ ଛଡା ଯିବା ପୂର୍ବରୁ ସହରର  ପ୍ରଥମ ସଙ୍କଟମୋଚନ ମନ୍ଦିରକୁ ନିଆଯାଇଥିଲା। ସେଠାରେ ଶହଶହ ଭକ୍ତ ହନୁମାନଙ୍କୁ ଦର୍ଶନ କରିବା ପରେ ପ୍ରୟାଗରାଜ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା।

ଭିଲୱାଡା ବାଇପାସ୍‌ସ୍ଥିତ ହାତୀଭାଟା ଆଶ୍ରମରେ ହନୁମାନଙ୍କ ୬୪ ଟନ୍ ଓଜନର ୨୮ ଫୁଟ ମୂର୍ତ୍ତି ସ୍ଥାପିତ ହେବାର ଅଛି। ତେବେ ମୂର୍ତ୍ତି ସ୍ଥାପନା ପୂର୍ବରୁ ଏହାକୁ ଗଙ୍ଗାସ୍ନାନ ଲାଗି ପ୍ରୟାଗରାଜ ପଠାଯାଇଛି। ଆଶ୍ରମରେ ହନୁମାନଜୀଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏଥିଲାଗି ୨ ବର୍ଷ ପୂର୍ବେ ରାଜସ୍ଥାନ ଦୋସାରେ ଏହି ହନୁମାନ ପ୍ରତିମାର ନିର୍ମାଣ କାମ ଆରମ୍ଭ ହୋଇଥିଲା। ଦୋସା ଜିଲ୍ଲା ସିକନ୍ଦରାରେ ନିର୍ମିତ ମୂର୍ତ୍ତିକୁ ଭିଲୱାଡା ଅଣାଯିବା ପରେ ଏଠାରୁ ଗଙ୍ଗା ସ୍ନାନ ନିମନ୍ତେ ପ୍ରୟାଗରାଜ ପଠାଯାଇଛି।

ଧାର୍ମିକ ଯାତ୍ରାରେ ବାହାରିଥିବା ହନୁମାନଜୀଙ୍କ ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଲୱାଡାରୁ ପ୍ରୟାଗ ରାଜର ଦୂରତା ୨ହଜାର ୧୦୦ କିଲେମିଟର । ଏତିକି ପଥ ଯିବା ଓ ଆସିବା ଲାଗି ହୁନମାନଜୀଙ୍କୁ ଗୋଟିଏ ମାସ ଲାଗିବ।  ସଙ୍କଟମୋଚନ ମନ୍ଦିରର ମହନ୍ତ ବାବୁ ଗିରି ଏହି ଯାତ୍ରାର ନେତୃତ୍ୱ ନେଇଛନ୍ତି। ମୂର୍ତ୍ତିକୁ ହାତୀଭାଟାରୁ ସଙ୍କଟମୋଚନ ମନ୍ଦିର ଆଣିବା ଲାଗି ରବିବାର ୪ କ୍ରେନ ଓ ୪୦ ଲୋକ ଲାଗି ଟ୍ରଲିକୁ ଉଠାଇଥିଲେ। ହାତୀଭଟା ଆଶ୍ରମରୁ ସଂକଟମୋଚନ ମନ୍ଦିର ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାକୁ ହନୁମାନଜୀ ମାତ୍ର ଦେଢ ଘଣ୍ଟାରେ ପାର କରିଥିଲେ।

   Related Posts