Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଡିଲ୍ ବେଳେ ବଜ୍ରକାପ୍ତା ଉଦ୍ଧାର, ଗ୍ରାହକ ବେଶରେ ଆସି ଧରିଲେ ବନ ବିଭାଗ କର୍ମଚାରୀ

9/10/2021 at 11:25 AM

ପାଟଣାଗଡ, ୦୯/୧୦: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଲାଠୋର ବନବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର ।  ଗ୍ରାହକ ସାଜି ଧରିଲେ ବନ ବିଭାଗ କର୍ମଚାରୀ । ଖପ୍ରାଖୋଲ ବ୍ଳକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ବନମାଳ ଓ ମହରାପଦର ଗ୍ରାମ ରାସ୍ତା ମଝିରେ ଲାଠୋର ବନ ବିଭାଗ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି ।

ସୂଚନାନୁସାରେ, ରେଞ୍ଜର ପ୍ରଭାତୀ ସେଟ୍ କୈଣସି ଏକ ବିଶ୍ୱସ୍ଥ ସୂତ୍ରରୁ ବଜ୍ରକାପ୍ତା ବିକ୍ରୟ ଚାଲିଥିବା ନେଇ ଖବର ପାଇଥିଲେ । ବଜ୍ରକାପ୍ତାକୁ ଖପ୍ରାଖୋଲ ଥାନା ଅନ୍ତର୍ଗତ ମହରାପଦର ଓ ସରଗିପାଳି ଗ୍ରାମର ୩ ଜଣ ଯୁବକ ଲୁଚାଇ ରଖିଥିବା ସୂଚନା ମିଳିଥିଲା। ଏହାପରେ ବଜ୍ରକାପ୍ତାକୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । 

ତେବେ ବନ ବିଭାଗ କର୍ମଚାରୀମାନେ ଗ୍ରାହକ ସାଜି ବଜ୍ରକାପ୍ତା କ୍ରୟ କରିବାପାଇଁ ଯାଇଥିଲେ । ବନମାଳ ଓ ମହରାପଦର ମଝି ରାସ୍ତା କଡ଼ର ଏକ ଖୋଲା ପଡ଼ିଆରେ ବଜ୍ରକାପ୍ତା କିଣିବା ପାଇଁ ଡିଲ୍ ହୋଇଥିଲା  ।  ସେଠାକୁ  ସରଗିପାଳି ଗ୍ରାମର ଭୋଇରାଜ ଧରୁଆ ଓ ମହରାପଦର ଗ୍ରାମର ଶୁସିଳ ଧରୁଆ ଓ ଅନ୍ୟ ଜଣେ ବଜ୍ରକାପ୍ତା ଧରି ବିକ୍ରୟ କରିବା ପାଇଁ ଆଣିଥିଲେ । ଲାଠୋର ବନ କର୍ମଚାରୀମାନେ ସେଠାରେ ସେମାନଙ୍କୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ ।

   Related Posts