ବଜ୍ରାଘାତରେ ଶ୍ରମିକଙ୍କ ମୃତ୍ୟୁ, ବିଲରେ ହିଡ଼ ବାନ୍ଧିବା ବେଳେ ଟଳି ପଡିଲେ

Published By : Prameya-News7 Bureau | July 08, 2020 IST

ଆନନ୍ଦପୁର୮/୭: ବଜ୍ରାଘାତରେ ଶ୍ରମିକଙ୍କ ମୃତ୍ୟୁ। ଘସିପୁରା ଥାନା ଧକୋଠା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶ୍ରମିକ ଜଣଙ୍କ ବିଲରେ କାମ କରିବା ସମୟରେ ବଜ୍ରାଘାତ ପଡିଥିଲା। ସେହି ସମୟରେ ବିଲରେ ଟଳି ପଡିଥିଲେ ଶ୍ରମିକ ଜଣଙ୍କ। ମୃତକ ହେଲେ  ସେହି ଗ୍ରାମର କାଠିଆ। ମୃତକ ଧକୋଠା ଗ୍ରାମର କାଠିଆ ପାତ୍ର। ବୁଧବାର କୁଣ୍ଡାକୋଟ ଗ୍ରାମର ଜଣେ ଚାଷୀଙ୍କ ବିଲ​‌ରେ ଶ୍ରମିକ ଜଣଙ୍କ କାମ କରୁଥିଲେ। ସେ ବିଲରେ ହିଡ଼ ବାନ୍ଧୁଥିଲେ। ଅପରାହ୍ନ ସମୟରେ ବଜ୍ରପାତ ଜୋର ହୋଇଥିଲା।  ଗୁରୁତର ଅବସ୍ଥାରେ କାଠିଆଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.