ବାରଣ୍ଡାରେ ଖେଳୁ ଖେଳୁ ବଜ୍ରାଘାତରେ ଟଳି ପଡ଼ିଲା ୪ ବର୍ଷର ଶିଶୁ, ଅନ୍ୟ ଜଣେ ଗୁରୁତର

Published By : Prameya-News7 Bureau | July 20, 2020 IST

 ଆନନ୍ଦପୁର୨୦/୭: ସୋମବାର ସନ୍ଧ୍ୟାରେ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳ ଜ​‌ଣେ ୪ ବର୍ଷର ନାବାଳକର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପାଖାପାଖି ସନ୍ଧ୍ୟା ୫ଟା ବେଳେ ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବଜ୍ରପାତ ହୋଇଥିଲା। ଏହି ସମୟରେ ଆନନ୍ଦପୁର ଥାନା ମୁଗୁପୁର ଗାଁର ସତ୍ୟ ଜେନାଙ୍କ ୪ ବର୍ଷର ପୁଅ ସବ୍ରତ ଘର ବାରଣ୍ଡାରେ ଖେଳୁଥିଲା। ବଜ୍ରାଘାତ ଯୋଗୁଁ ସେହିସ୍ଥାନରେ ପିଲାଟି ଟଳି ପଡିଥିଲା। ପରିବାର ଲୋକେ ତାକୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ବିରିଡିହା ଗାଁର ପ୍ରଫୁଲ୍ଲ ପ୍ରଧାନଙ୍କ ଝିଅ ରିତାରାଣୀ ବଜ୍ରାଘାତ ସମୟରେ ଘର କବାଟ ନିକଟରେ ବସି ଖାଉଥିଲେ।। ବଜ୍ରାଘାତ ଯୋଗୁଁ ସେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ମଧ୍ୟ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ହସ୍ପିଟାଲରେ ରିତାରାଣୀ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.