ବାଜିଲା ନିର୍ବାଚନୀ ବିଗୁଲ୍ : ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା, ମେ ୨ରେ ଫଳାଫଳ

Published By : Prameya-News7 Bureau | February 26, 2021 IST

ନୂଆଦିଲ୍ଲୀ ୨୬/୦୨ : ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍‌ । ୨୦୧୯ର ସବୁଠାରୁ ବଡ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା । ୪ ରାଜ୍ୟ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଏହା ସହିତ ଉକ୍ତ ରାଜ୍ୟମାନଙ୍କରେ ନିର୍ବାଚନ ଆଚରଣ ବିଧି ଲାଗୁକରାଯାଇଛି । ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନର ସୁନିଲ ଆରୋରା ।

ଆସାମରେ ମୋଟ ୩ ଟି ପର୍ଯ୍ୟାୟରେ ହେବ ନିର୍ବାଚନ

ପ୍ରଥମ ପର୍ଯ୍ୟାୟ

ନାମାଙ୍କନ- ମାର୍ଚ୍ଚ ୨

ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୯

ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୧୦

ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୧୨

ନିର୍ବାଚନ ତାରିଖ- ମାର୍ଚ୍ଚ ୨୭

ଫଳାଫଳ ଘୋଷଣା-ମେ ୨

ଦ୍ବିତୀୟ ପର୍ଯ୍ୟାୟ

ନାମାଙ୍କନ- ମାର୍ଚ୍ଚ ୫

ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୧୨

ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୧୭

ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୧୯

ନିର୍ବାଚନ ତାରିଖ- ଏପ୍ରିଲ ୧

ଫଳାଫଳ ଘୋଷଣା-ମେ ୨

ତୃତୀୟ ପର୍ଯ୍ୟାୟ

ନାମାଙ୍କନ- ମାର୍ଚ୍ଚ ୧୨

ନାମାଙ୍କନର ଶେଷ ତାରିଖ- ମାର୍ଚ୍ଚ ୧୯

ନାମାଙ୍କନ ଯାଞ୍ଚ- ମାର୍ଚ୍ଚ ୨୮

ନାମାଙ୍କନ ପ୍ରତ୍ୟାହାର- ମାର୍ଚ୍ଚ ୨୭

ନିର୍ବାଚନ ତାରିଖ- ଏପ୍ରିଲ ୬

ଫଳାଫଳ ଘୋଷଣା-ମେ ୨

ଭୋଟ୍ ବେଳେ କଡାକଡି ଭାବେ ପାଳନ ହେବ କୋଭିଡ୍‌ ଗାଇଡ୍‌ଲାଇନ୍‌ । ସମ୍ବେଦନଶୀଳ ବୁଥ୍‌ଗୁଡିକରେ ସିସିଟିଭି ଲଗାଯିବ । ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ସମସ୍ତ ଅଧିକାରୀଙ୍କୁ ଭ୍ୟାକ୍‌ସିନ୍‌ ଦିଆଯିବ । ପ୍ରାର୍ଥୀମାନେ ଅନ୍‌ଲାଇନ୍‌ରେ ମଧ୍ୟ ନାମାଙ୍କନପତ୍ର ଦାଖଲ କରିପାରିବେ । ଭୋଟରଙ୍କ ସୁରକ୍ଷା ପ୍ରତି ଅଧିକ ଗୁରୁତ୍ବ ଦିଆଯାଇଛି । ସୁରକ୍ଷା ଦୃଷ୍ଟି ରୁ ମତଦାନ କେନ୍ଦ୍ର ଗୁଡିକରେ CRPF ଯବାନ ମୁତୟନ ହେବେ ।   

ପଶ୍ଚିମବଙ୍ଗର ମୋଟ୍‌ ୨୯୪, ତାମିଲନାଡୁର ୨୩୨, କେରଳର ୧୪୦, ଆସାମର ୧୨୬ ଏବଂ କେନ୍ଦ୍ରଶାସୀତ ଅଞ୍ଚଳ ପୁଡୁଚେରୀରେ ମୋଟ୍‌ ୩୦ଟି ସିଟ୍‌ ପାଇଁ ହେବ ନିର୍ବାଚନ । ମୋଟ ୮୨୪ ବିଧାନସଭା କ୍ଷେତ୍ରରେ ମତଦାନ ହେବ । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ୨.୭ ଲକ୍ଷ ବୁଥ୍‌ରେ ଭୋଟ୍‌ ଦେବେ ମୋଟ୍‌ ୧୮ କୋଟିରୁ ଅଧିକ ମତଦାତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.