ବଜାରକୁ ଆସୁଛି ନୂଆ ବଜାଜ୍ ପଲ୍ସର୍ ୨୫୦F: ଟିଜରରେ ନଜର ଆସିଲା ଦମଦାର୍ ସ୍ପୋର୍ଟି ଲୁକ୍

Published By : Prameya-News7 Bureau | October 20, 2021 IST

ନୂଆଦିଲ୍ଲୀ ୨୦/୧୦ : ବଜାଜ ପଲ୍ସର ଚଢାଳିଙ୍କ ପାଇଁ ଖୁସି ଖବର ! ଖୁବଶୀଘ୍ର ବଜାଜ କମ୍ପାନୀ ପଲ୍ସର ୨୫୦F ବାଇକ ଲଞ୍ଚ କରିବାକୁ ଯାଉଛି। ଆଜି କମ୍ପାନୀ ଅଫିସିୟାଲ ଭାବେ ଏହାର ଟିଜର ଭିଡିଓ ରିଲିଜ କରିଛି। ବହୁତ ଆକର୍ଷଣୀୟ ଲୁକ ସହ ଦମଦାର ଇଞ୍ଜିନର ଏହି ବାଇକକୁ ବହୁତ ଦିନରୁ ଗ୍ରାହକ ଅପେକ୍ଷା କରିଥିଲେ।

ବଜାଜ ଅଟୋର ପ୍ରବନ୍ଧନ ନିର୍ଦେଶକ ରାଜିବ ବଜାଜ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ଆସନ୍ତା ନଭେମ୍ବର ମାସରେ କମ୍ପାନୀ ପଲ୍ସର ପ୍ଲାଟଫର୍ମରେ ଏକ ନୂଆ ବାଇକ୍ ଲଞ୍ଚ କରିପାରେ । ଏବେ ନୂଆ ବାଇକର ଟିଜର ଭିଡିଓ ସମସ୍ତଙ୍କ ସାମ୍ନାକୁ ଆସିଛି । ଏଥିପାଇଁ ଗ୍ରାହକ ଏହାର ଲଞ୍ଚକୁ ନେଇ ବହୁତ ଆଶାବାଦି ଅଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ନୂଆ ବାଇକର ଉନ୍ମୋଚନ ତାରିଖ କମ୍ପାନୀ ତରଫରୁ ଘୋଷଣା ହୋଇନାହିଁ।

ମିଡିଆ ରିପୋର୍ଟ ଅନୁସାରେ ଏହାର ଲଞ୍ଚ ଆସନ୍ତା ଅକ୍ଟୋବର ୨୮ତାରିଖରେ ହୋଇପାରେ। କୁହାଯାଉଛି ଯେ କମ୍ପାନୀ ତାର NS୨୫୦ ଓ ୨୫୦Fକୁ ଏକାସହ ଲଞ୍ଚ କରିପାରେ। ଏହି ବାଇକକୁ କିଛି ଦିନ ପୂର୍ବେ ପରୀକ୍ଷଣ ସମୟରେ ଦେଖିବାକୁ ମିଳିଥିଲା । ନୂଆ ବଜାଜ ପଲସର ୨୫୦ର ଡିଜାଇନ୍ ସ୍ଟ୍ରିଟ ଫାଇଟର NS୨୦୦ରୁ ଅଣାଯାଇଛି, ଏହାର ଫ୍ରଣ୍ଟ ଡିଜାଇନ ଏଗ୍ରେସିଭ ଲୁକ, ଇଣ୍ଟ୍ରିକେଟେଡ୍ ଏଲଇଡି ଲାଇଟ ସହିତ ବଡ଼ ହେଡଲ୍ୟାମ୍ପ ଓ ଫ୍ଲାଏ ସ୍କ୍ରିନ ଦିଆଯାଇଛି।

{"id":530173,"sizeSlug":"full","linkDestination":"none"}

ଏହି ନୂଆ ବାଇକର ଓଜନକୁ କମ କରିବା ଓ ମଜବୁତିକୁ ବଢ଼ାଇବା ପାଇଁ ଏହାର ସମ୍ପୁର୍ଣ୍ଣ ଅଂଶକୁ ଷ୍ଟିଲ ପାରାମିଟର ଫ୍ରେମରେ ତିଆରି କରାଯାଇଛି। ଲଞ୍ଚ ହେବାକୁଥିବା ଦୁଇଟି ବାଇକରେ ଫ୍ୟୁଏଲ ଟ୍ୟାଙ୍କକୁ ମଷ୍କୁଲାର ସାଇଜ୍ରେ ଡିଜାଇନ୍ କରାଯାଇଛି। ଏହା ଛଡ଼ା ଫ୍ରଣ୍ଟରେ ଟେଲିସ୍କୋପିକ ଫର୍କ ଓ ବ୍ୟାକ୍ ସାଇଡରେ ମନୋସ୍କୋପିକ ସସ୍ପେନ୍ସ ଦିଆଯାଇପାରେ।

କମ୍ପାନୀ ଏହି ବାଇକରେ ୨୪୯ ସିସି ସହ ସିଙ୍ଗଲ ସିଲିଣ୍ଡର ଏୟାର ଇଞ୍ଜିନ ଦେଇପାରେ। ଏହି ଇଞ୍ଜିନ୍ ସିକ୍ସ ସ୍ପିଡ୍ ଗିୟରବକ୍ସ ସହିତ ଆସିଥାଏ। ପୂର୍ବରୁ ଏକ ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ କମ୍ପାନୀ ଏଥିରେ ଭେରିଏବୁଲ ବୋଲ୍ଟ ଏକ୍ସନ ଟେକ୍ନିକ ପ୍ରୟୋଗ କରିପାରେ। ଏହି ବାଇକ୍ରେ ଉଭୟ ପାର୍ଶ୍ୱରେ ଡିସବ୍ରେକ ସହ ଡୁଆଲ ଚ୍ୟାନେଲ ଆଣ୍ଟି ଲକ ବ୍ରେକିଙ୍ଗ ସିଷ୍ଟମ ମଧ୍ୟ ରହିବ। ଏଥିରେ ବ୍ଲୁ ଟୁଥ୍ ସଂଯୋଗ ଏବଂ ମଲ୍ଟିପଲ ଡ୍ରାଇଭିଙ୍ଗ ମୋଡ ମଧ୍ୟ ଉପଲବ୍ଧ ହୋଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.