ଚେତକ୍ ଇଲେକ୍ଟ୍ରିକ୍ ସ୍କୁଟରର ବୁକିଂ ବନ୍ଦ କଲା bajaj, ଜାଣନ୍ତୁ କାରଣ

Published By : Prameya-News7 Bureau | September 12, 2020 IST

ପୁଣେ : ଦେଶର ପ୍ରମୁଖ ଦୁଇ ଚକିଆ ବାହନ ନିର୍ମାତା ବଜାଜ ଅଟୋ ତାଙ୍କର ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟର ବଜାଜ୍‌ ଚେତକ୍‌ର ବୁକିଂ ବନ୍ଦ କରିଦେଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଏହି ସ୍କୁଟରର ବଜାର ପ୍ରବେଶ ହୋଇଥିଲା। ଆକର୍ଷକ ଲୁକ୍ ଓ ଦମଦାର ଇଲେକ୍ଟ୍ରିକ୍ ମୋଟରରେ ସଜ୍ଜିତ ଏହି ସ୍କୁଟରକୁ କମ୍ପାନୀ ୨ଟି ଭେରିଏଣ୍ଟରେ ଉପସ୍ଥାପନ କରିଥିଲେ। ହେଲେ ଶେଷରେ ବୁକିଂ ବନ୍ଦ କରିଦେଇଛନ୍ତି।

{"id":328744,"width":577,"height":380,"sizeSlug":"large"}

ଏବେ କମ୍ପାନୀର ଅଧିକାରୀକ ୱେବ୍‌ସାଇଟରେ ଏଥିଲାଗି କେବଳ ରେଜିଷ୍ଟ୍ରେସନ କରାଯାଇପାରୁଛି। ଚଳିତବର୍ଷ ଜାନୁୟାରୀ ମାସରେ କମ୍ପାନୀ ସ୍କୁଟର ଲଞ୍ଚ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ପୁଣେ ଓ ବେଙ୍ଗାଲୁରରେ ସ୍କୁଟର ଲଞ୍ଚ କରିଥିବା ବେଳେ ଏହାର ଗ୍ରାହକ ପ୍ରତିକ୍ରିୟାକୁ ଦେଖି ଦେଶର ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ବିକ୍ରି ଲାଗି ସ୍କୁଟର ଛାଡିଥାନ୍ତେ। ତେବେ କୋଭିଡ-୧୯ ଲକଡାଉନ୍‌ କମ୍ପାନୀର ସମସ୍ତ ରଣନୀତି ବିଗାଡି ଦେଇଛି। ଅନ୍ୟପଟେ କରୋନା ମହାମାରୀ କାରଣରୁ ଏହି ସ୍କୁଟରର ବିକ୍ରି ଗୁରୁତର ପ୍ରଭାବିତ ହୋଇଥିଲା। ମାର୍ଚ୍ଚ ମାସରେ କରୋନା ଲକଡାଉନ୍ ପର୍ଯ୍ୟନ୍ତ ଏହି ସ୍କୁଟର ମଡେଲର ମାତ୍ର ୯୧ଟି ୟୁନିଟି ବିକ୍ରି ହୋଇଥିଲା।

{"id":328745,"width":578,"height":381,"sizeSlug":"large"}

ଲକଡାଉନ୍ ଯୋଗୁ ମାର୍ଚ୍ଚ-ଏପ୍ରିଲ ମାସରେ ସ୍କୁଟର ଲାଗି ବୁକିଂ ବନ୍ଦ କରିଦିଆଯାଇଥିଲା। ଅନଲକ୍ ଆରମ୍ଭ ହେବାରୁ ପୁଣି ବୁକିଂ ଆରମ୍ଭ ହୋଇଥିଲା, ହେଲେ ଏବେ କମ୍ପାନୀ ବୁକିଂ ବନ୍ଦ ଲାଗି ନିଷ୍ପତ୍ତି ନେଇଛନ୍ତି। ବଜାଜ ଚେତକ ବେସ୍ ଭେରିଆଣ୍ଟକୁ କମ୍ପାନୀ ‘ଅର୍ବାନ’ ନାମକରଣ କରିଥିଲା। ଯାହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। ସେହିପରି ଏହାର ଟପ୍ ଭେରିଆଣ୍ଟକୁ କମ୍ପାନୀ ପ୍ରିମିୟମ ନାମ ରଖିଥିଲା। ଯାହାର ମୂଲ୍ୟ ୧ଲକ୍ଷ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚୁଥିଲା। ୬ଟି ରଙ୍ଗରେ ମିଳୁଥିବା ଏହି ସ୍କୁଟର ଲାଗି କମ୍ପାନୀ ୩ବର୍ଷ ଅଥବା ୫୦ ହଜାର କିଲୋମିଟରର ୱାରେଣ୍ଟି ଦେଉଥିଲେ। ହେଲେ ଏବେ ବୁକିଂ ବନ୍ଦ ହେବା ପରବର୍ତ୍ତି କାରବାରକୁ ଅନିଶ୍ଚିତତାରେ ପକାଇ ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.