ପୁଣେ୨୪|୧: ପୁଣେସ୍ଥିତ ବଜାଜ ଅଟୋ ଆଗାମୀ ବର୍ଷରେ ଇଲେକ୍ଟ୍ରିକ କାର ସେକ୍ଟରରେ ପ୍ରବେଶ କରିବାର ଯୋଜନା କରୁଛି। ବଜାଜର ସବୁଠୁ ଛୋଟ କାର କ୍ୟୁଟ୍ (Qute) ଖୁବ୍ ଶୀଘ୍ର ଭାରତରେ ହେଖିବାକୁ ମିଳିବ। ଭାରତର ସଡକ ଓ ପରିବହନ ମନ୍ତ୍ରାଳୟର ମଂଜୁରୀ ପରେ ବଜାଜ Qute ଭାରତରେ ଲଂଚ ହେବାକୁ ଯାଉଛି।
{"id":77534}ବଜାଜ କ୍ୟୁଟ୍କୁ ପରିବହନ ମନ୍ତ୍ରାଳୟ ପକ୍ଷରୁ ଫୋର ହୁଇଲର କ୍ୟାଟେଗରୀରେ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ କମ୍ପାନୀର ନିର୍ଦ୍ଦେଶକ ରାଜୀବ ବଜାଜ ଆଗାମୀ ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ଆଗାମୀ ବର୍ଷ ଇଲେକ୍ଟ୍ରିକ ଥ୍ରୀ ହୁଇଲର ସହ କ୍ୱାଡ୍ରିସାଇକଲ୍ କ୍ୟୁଟ୍ର ଇଲେକ୍ଟ୍ରିକ ଭସର୍ନ ଲଂଚ କରାଯିବ ବୋଲି କହିଛନ୍ତି। ବଜାଜ କ୍ୟୁଟ୍ରେ ୨୧୬ ସିସିର ସିଗଂଲ ସିଲିଣ୍ଡର ଫୁଏଲ ଇନ୍ଜେକ୍ଟେଡ ଇଂଜନ୍ ଅଛି। ଯାହା ୧୩ ବିଏଚପିର ପାୱାର ଏବଂ ୨୦ ଏନଏମର ଟର୍କ ଦେବ। ଏଥିରେ ୫ଟି ସ୍ପିଡ ଗିଅରବକ୍ସ ମଧ୍ୟ ଅଛି। ଏହାର ଟପ୍ ସ୍ପିଡ ୭୦ କିଲୋମିଟର ପର ଆୱର ହବ। କାରରେ ଏଲପିଜି ଏବଂ ସିଏନଜି ବିକଳ୍ପର ସୁବିଧା ରହିବ।
{"id":77535}କମ୍ପାନୀ ସୂଚନା ଅନୁସାରେ ଏହି କାର ପାଖା ପାଖି ୩୬ କିଲୋମିଟର ପ୍ରତି ଲିଟର ମାଇଲେଜ ଦବ। ବଜାଜ ଅଟୋ ପୂର୍ବରୁ ୨୦ଟି ଦେଶରେ କ୍ୟୁଟ୍ର ଉତ୍ପାଦନ ଆରମ୍ଭ ହୋଇସାରିଛି। କିନ୍ତୁ କିଛି କାରଣ ଯୋଗୁଁ ଏହି ଗାଡି ଭାରତରେ ଲଂଚ ହୋଇପାରିନାହିଁ। ବଜାଜ କ୍ୟୁଟ୍ କାରର ମୂଲ୍ୟ ୨.୫ ଲକ୍ଷ ଟଙ୍କା। ମାରୁତି ଅଲଟୋଠୁ ୫୦ ରୁ ୭୦ ହଜାର ଟଙ୍କା କମରେ ମିଳିବ ଏହି କାର।
{"id":77540,"width":581,"height":385}ତେବେ ଏହି ରେଞ୍ଜରେ ମାରୁତି ଅଲଟୋ ଏବଂ ରେନଲ୍ଟର କ୍ୱିଡ ଭାରତରେ ଥିବାରୁ ବଜାଜ କ୍ୟୁଟ୍ କମ ବିକ୍ରି ହୋଇପାରେ। ମାର୍ଚ୍ଚ ମାସରେ ବଜାଜ କ୍ୟୁଟ ଲଂଚ ହବ ବୋଲି ବଜାଜ ଅଟୋ କାର୍ଯ୍ୟକାରୀ ନିର୍ଦେଶକ ରାକେଶ ଶର୍ମା କହିଛନ୍ତି। ଏହି କାର ଗ୍ରାହକଙ୍କୁ ପସନ୍ଦ ଆସିବ ବୋଲି ତାଙ୍କର ବିଶ୍ୱାସ କାରଣ କାରର ମାଇଲେଜ ଅନ୍ୟ ଗାଡି ତୁଳନାରେ ବହୁତ ଭଲ। ବଜାଜ ଅଟୋରିକ୍ସା ଫେକ୍ଟ୍ରୀରେ କାରର ନିର୍ମାଣ ହେଉଛି।