Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

Bajaj ଲଞ୍ଚ କଲେ Dominar 250 ଜାଣନ୍ତୁ ଅନ୍‌ ରୋଡ ପ୍ରାଇସ୍

11/03/2020 at 8:24 PM

ଦୁଇଚକିଆ ନିର୍ମାତା ବଜାଜ୍ ତାଙ୍କର ପ୍ରତିକ୍ଷିତ ବିଏସ୍-ସିକ୍ସ ଇଞ୍ଜିନ ଯୁକ୍ତ ଡୋମିନାର ୨୫୦ ମୋଟର ସାଇକେଲକୁ ଭାରତ ବଜାରରେ ଲଞ୍ଚ କରିଛନ୍ତି। ଦିଲ୍ଲୀରେ ଏହି ମୋଟର ସାଇକେଲର ଏକ୍ସ ସୋରୁମ ମୂଲ୍ୟ ୧ଲକ୍ଷ ୬୦ ହଜାର ଟଙ୍କା ରହିଛି। ଯାହାକି ଏହି ସେଗ୍‌ମେଣ୍ଟର ଅନ୍ୟ ବାଇକ୍ ତୁଳନାରେ ଅପେକ୍ଷାକୃତ ଶସ୍ତା ରହିଛି।

ଏଥିରେ ୨୪୯ ସିସି ସିଙ୍ଗଲ ସିଲିଣ୍ଡର ଲିକ୍ୟୁଡ୍ କୁଲ୍ଡ ଇଞ୍ଜିନ ଥିବା ବେଳେ ୬ଟି ଗିୟର ରହିଛି। ଇଞ୍ଜେକ୍ସନ ଫ୍ୟୁଜ ଇଞ୍ଜିନ ପିକ୍ ଟର୍କରେ ସର୍ବାଧିକ ୨୭ ପିଏସ୍ ପାୱାରର। ଏହା ସର୍ବାଧିକ ୧୩୨ କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାତ୍ରା କରିପାରିବ। କେବଳ ଇଞ୍ଜିନ କ୍ଷମତାକୁ ବାଦ ଦେଲେ ବାଇକର ଅନ୍ୟ କୌଣସି ବୈଷୟିକ ପରିବର୍ତ୍ତନ କରାଯାଇନି। ଏଣୁ ରକ୍ଷଣାବେକ୍ଷଣ ନେଇ ମାଲିକଙ୍କୁ ହଇରାଣ ହେବାକୁ ପଡିବ ନାହିଁ।

ଏଥିରେ ଡୋମିନାର ୪୦୦ର ଆଗ ଓ ପଛ ପ୍ରକ୍ ରହିଛି। ଡୋମିନାର ୨୫୦ ଓ ୪୦୦ ଦେଖିବାକୁ ଏକା ଭଳି। ତେବେ ଏଥିରେ ଯାହା ପାର୍ଥକ୍ୟ ରହିଚି ତାହା ହେଉଛି ଆଗ ଡିସ୍କ ବ୍ରେକ୍ । ୨୫୦ ସିସି ଗାଡିରେ ଆଗ ଡିସ୍କ ବ୍ରେକ୍ ୩୦୦ଏମଏମର ରହିଛି। କମ୍ପାନୀ ପ୍ରୁମଖ ସୋ ରୁମରେ ଏବେ ଡୋମିନାର ୨୫୦ ଲାଗି ବୁକିଂ ଆରମ୍ଭ କରିସାରିଲେଣି।

   Related Posts