Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ନୂଆ ରୂପରେ ଆସିଲା ବଜାଜର ଏହି ଲୋକପ୍ରିୟ ବାଇକ୍, ଜାଣନ୍ତୁ ଦାମ୍ କେତେ

30/10/2020 at 5:24 PM

ନୂଆଦିଲ୍ଲୀ ୩୦।୧୦:  ବଜାଜ ଅଟୋ ଭାରତରେ ବଜାଜ ସିଟି-୧୦୦ର ନୂଆ ଭେରିଆଣ୍ଟ ଲଞ୍ଚ କରିଛନ୍ତି। ତେବେ ନୂଆ କରି ବଜାରକୁ ଆସିଥିବା ଏହି ବାଇକକୁ କମ୍ପାନୀ  ନୂଆ ଲୁକ୍‌ ସହ ଅନେକ ନୂଆ ଫିଚରରେ ସଜାଇଛନ୍ତି।  ଯାହା ପୂର୍ବବର୍ତ୍ତି ମଡେଲମାନଙ୍କରେ ନଥିଲା। ଏଥିରେ ରବର ଟ୍ୟାଙ୍କ ପ୍ୟାଡସ୍‌ ସାଙ୍ଗକୁ କ୍ରସ୍ ଟ୍ୟୁବ୍‌ ସହିତ ହାଣ୍ଡଲ ବାର, ପୂର୍ବାପେକ୍ଷା ବଡ଼ ସିଟ୍‌ ଆଦି ରହିଛି।

ନୂଆ ସିଟି-୧୦୦ର ମୂଲ୍ୟ
କମ୍ପାନୀ ସିଟି-୧୦୦ ନୂଆ ଭେରିଏଣ୍ଟକୁ ୪୬ହଜାର ୪୩୨ଟଙ୍କା ପ୍ରାଇସ୍‌ ଟ୍ୟାଗ୍ ସହ ବଜାରକୁ ଛାଡିଛନ୍ତି। ବଜାରରେ ଏବେ ବିକ୍ରି ହେଉଥିବା ୧୦୦ ଏଣ୍ଟ୍ରି ଲେବସ ବାଇକ୍‌ ସେଗମେଣ୍ଟରେ ଏହା ସବୁଠୁ ଶସ୍ତା ହୋଇଥିବା ବେଳେ ବାଇକ୍‌ର ଷ୍ଟାଣ୍ଡାର୍ଡ ଭେରିଏଣ୍ଟ ତୁଳନାରେ ୧ହଜାର ୫୪୨ଟଙ୍କା ମହଙ୍ଗା ରହିଛି।

୩ଟି ରଙ୍ଗରେ ମିଳୁଛି ସିଟି-୧୦୦କେଏସ୍
ସିଟି-୧୦୦ କେଏସ୍ ବଜାରକୁ ୩ଟି ରଙ୍ଗରେ ଆସିଛି। ଏଥିରୁ ଗୋଟିଏ ଗ୍ଲୋସ୍ ଇଭୋନି ବ୍ଲାକ୍ ୱିଥ୍ ବ୍ଲୁ ଡିକ୍ଲସ୍‌,  ମେଟ୍ ଅଲିଭ ଗ୍ରିନ ୱିଥ୍ ୟେଲୋ ଡିକ୍ଲସ ଓ ଗ୍ଲୋସ ଫ୍ଲେମ ରେଡ ୱିଥ୍ ବ୍ରାଇଟ ରେଡ ଡିକ୍ଲସ୍। ଫେଷ୍ଟିଭ ସିଜନରେ ବାଇକ୍‌ ୫୦ ହଜାର ଟଙ୍କାରୁ ବି କମ୍‌ ମୂଲ୍ୟରେ ମିଳୁଛି।

କମ୍‌ ମୂଲ୍ୟ ଓ ବଢିଆ ଫିଚର୍ସ ଯୋଗୁ ବଜେଟ୍ ବାଇକ୍ ବାୟର୍ସ ବଜାଜର ଏହି ବାଇକ୍‌କୁ ଅଧିକ ପସନ୍ତ କରୁଛନ୍ତି। ଏଣୁ ଲଞ୍ଚ ହେବା ପରଠାରୁ କମ୍ପାନୀ ସିଟି ରେଞ୍ଜର ୬୮ ଲକ୍ଷ ବାଇକ୍‌ ବିକ୍ରି କରିସାରିଲେଣି। ଏହି ବାଇକ୍‌ରେ ପୂର୍ବ ଭଳି ୧୦୨ ସିସି ସିଙ୍ଗଲ ସିଲିଣ୍ଡର ଏୟାର କୁଲଡ୍ ଇନ୍ଧନ ଦକ୍ଷ ଇଞ୍ଜିନ ସାଙ୍ଗକୁ ପୂର୍ବ ଭଲି ଫୋର ସ୍ପିଡ୍ ଗିୟର ବକ୍ସ ମଧ୍ୟ ରହିଛି।

   Related Posts