ଅକ୍ଟୋବର ୧୬ ତାରିଖରେ ବଜାଜ ଲଞ୍ଚ କରୁଛି ନିଜର ନୂଆ ମଡେଲ ସ୍କୁଟର, ଜାଣନ୍ତୁ ଦାମ

Published By : Prameya-News7 Bureau | October 10, 2019 IST

ନୂଆଦିଲ୍ଲୀ୧୦|୧୦: ନିକଟରେ ବାଜାଜ ନିଜର ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ଏକ ଘୋଷଣା କରିଛି। ଆସନ୍ତା ଅକ୍ଟୋବର ୧୬ ତାରିଖରେ ବାଜାଜର ନୂଆ ସ୍କୁଟର ବଜାରକୁ ଆସିବ। ନୂଆ ସ୍କୁଟର ଲଞ୍ଚ କରିବା ସହ  ବ୍ୟବସାୟ କ୍ଷେତ୍ରରେ ବଜାଜ ପୁଣି ନିଜର ଦବଦବା ଜାହିର କରିବାକୁ ଯାଉଛି। କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରୀ, ଅମିତାଭ କାନ୍ତ ଓ ନୀତି ଆୟୋଗର ସିଇଓ ଆଦି ବାଜାଜର ନୂଆ ମଡେଲ ସ୍କୁଟର ଲଞ୍ଚ ଅବସର​‌ରେ ଉପସ୍ଥିତ ରହିବେ। ସ୍କୁଟର ସବ-ବ୍ରାଣ୍ଡର ନାଁ ଅର୍ବାନାଇଟ୍ । ବାଜାଜର ନୂଆ ମଡେଲ ସ୍କୁଟର ସଂପର୍କରେ କମ୍ପାନୀର ଅଧିକାରୀମାନେ ଅଧିକ ସୂଚନା ଦେଇ ନାହାନ୍ତି।

ଲଞ୍ଚ ବେଳେ ଅଧିକାରୀମାନେ ନୂଆ ମଡେଲ ସ୍କୁଟର ସଂପର୍କରେ ସୂଚନା ଦେଇ ପାରନ୍ତି। ଇଣ୍ଟରନେଟ୍‌ ଘୂରି ବୁଲିଥିବା ବାଜାଜର ନୂଆ ମଡେଲ ସ୍କୁଟର ସଂପର୍କରେ କିଛି କହିହେବ ନାହିଁ। ଖାଲି ଏତିକି କୁହାଯାଇ ପାରେ ବାଜାଜ ଅର୍ବାନାଇଟ୍‌ର ଏକ ରେଟ୍ରୋ ମଡେଲ ଭଳି ଏହି ନୂଆ ମଡେଲ ସ୍କୁଟର ଦେଖାଯାଉଛି। ଏଲଇଡି ଲାଇଟ ସହ ନୂଆ ଡିଜାଇନରେ ବାଜାଜ ସ୍କୁଟର ବାଜାରକୁ ଫେରୁଛି। ଏହାସହ ବ୍ଲୁଟୁଥ୍‌ କନେକ୍ଟିଭିଟି ଓ ଡିଜିଟାଲ ଇଣ୍ଟ୍ରୁମେଣ୍ଟ​‌ରେ ଏହି  ସ୍କୁଟର ତିଆରି ହୋଇଛି।

ନୂଆ ମଡେଲ ସ୍କୁଟର ଡିଜାଇନରେ ମଧ୍ୟ ପରିବର୍ତ୍ତନ ହୋଇଛି। ଡିସ୍କ ବ୍ରେକ ସହ ବିବିଏସ ମଧ୍ୟ ଏହି ସ୍କୁଟରରେ ରହିଛି। ଟେଲିସ୍କୋପିକ ଫ୍ରଣ୍ଟ ଫୋରକ୍ସ ମଧ୍ୟ ରହିଛି। ୮୦ ଦଶକରେ ଥିବା ପ୍ରସିଦ୍ଧ ସ୍କୁଟର ଚେତକର ରି-ଲଞ୍ଚ ବୋଲି କୁହାଯାଇ ପାରେ । ଏହି ସ୍କୁଟର ମୂଲ୍ୟ ପାଖାପାଖି ୮୦ ହଜାର ଟଙ୍କା ହୋଇପାରେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.