ନୂଆ ବଜାଜ ଚେତକ୍‌ ସ୍କୁଟରରେ ରହିଛି ଏହି ୫ଟି ଖାସ୍‌ ଫିଚର

Published By : Prameya-News7 Bureau | October 17, 2019 IST

ନୂଆଦିଲ୍ଲୀ - ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ବାଜାଜ ଚେତକ୍‌ ସ୍କୁଟର ପୁଣିଥରେ ଲଞ୍ଚ ହେବାକୁ ଯାଉଛି । ମାତ୍ର ପୁରଣା ଚେତକ ସ୍କୁଟର ଠାରୁ ଏହା ସମ୍ପୂର୍ଣ୍ଣ ଅଲଗା । ଏଥିରେ କେତକ ନୂଆ ଫିଚର ରହିଛି ।


ଏହା ବାଜାଜର ପ୍ରଥମ ଇଲେକ୍ଟ୍ରିକ ସ୍କୁଟର । ୧୪ ବର୍ଷ ପରେ ପୁଣି ଚେତକ ପୁଣି ମାର୍କେଟକୁ ଆସୁଛି ।

ଏହା ଆଥେର - ୪୫୦ ଓ ଓକିନାଓ୍ୱା- ପ୍ରେଜ୍‌ ସହ ପ୍ରତିଦ୍ୱନ୍ଦିତା କରିବ ।


ଚେତକର ବ୍ୟାଟେରୀ ପାଓ୍ୱାର - ଏହା ଇକୋ ଓ ସ୍ପୋର୍ସ ଦୁଇଟି ରାଇଡିଂ ମୋଡ ରହିବ ।

ଇକୋର ଏହା ୯୫ କିଲୋମିଟର ଯାଉଥିବା ବେଳେ ସ୍ପୋର୍ସ ରେଞ୍ଜରେ ୮୫ କିଲୋମିଟର ପର୍ଯ୍ୟନ୍ତ ରହିବ ।

ଏଥିରେ ରିଜିନେଣ୍ଟ ବ୍ରେକିଂ ଓ ଇଣ୍ଟିଲିଜେଣ୍ଟ ବ୍ରେକିଂ ସିଷ୍ଟମ ରହିଛି । ଏହା ବ୍ୟାଟେରୀଙ୍କୁ ନିୟନ୍ତ୍ରଣ କରିବ ।


ଏଥିରେ ଆଇପି ୬୭ ପାଣି ଓ ଡଷ୍ଟ ପ୍ରୁଫ୍‌ ବ୍ୟାଟେରୀ ଦିଆଯାଇଛି ।ଏହା ୫-୧୫ ଏଏମ୍‌ପି ଇଲେକ୍ଟ୍ରିକ ଆଉଟଲେଟ୍‌କୁ ବ୍ୟବହାର କରି ଚାର୍ଜ କରିହେବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.