Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ବଜାଜ ଚେତକ ଇଲେକ୍‌ଟ୍ରିକ ସ୍କୁଟର ର ବିକ୍ରି ୨୦୨୦ ମସିହା ଜାନୁଆରୀ ମାସରୁ ହେବ ଆରମ୍ଭ, ଜାଣନ୍ତୁ ଦାମ…

28/10/2019 at 4:47 PM

ବଜାଜ ଅଟୋ ନିଜର ପ୍ରଥମ ଇଲେକଟ୍ରିକ ସ୍କୁଟର ଚେତକକୁ ୨୦୧୯ ମସିହା ଅକ୍ଟୋବର ମାସ ୧୯ ତାରିଖରେ ଭାରତରେ ପ୍ରଦର୍ଶନ କରିଥିଲା। ଇଲେକଟ୍ରିକ ସ୍କୁଟର ହେବା ସତ୍ତ୍ବେ ଏହା ଲୁକ୍‌ ପେଟ୍ରୋଲ ସ୍କୁଟର ତୁଳନାରେ ଅଧିକ ଆକର୍ଷଣୀୟ। ନୂଆ ଇଲେକଟ୍ରିକ ସ୍କୁଟର ଚେତକର ଦାମ  ହେଉଛି୧.୩୦ ଲକ୍ଷ । ଏହି ସ୍କୁଟରକୁ ଅନେକ ଫେଜ୍‌ରେ ବିକ୍ରି କରାଯିବ। ଆସନ୍ତା ବର୍ଷ ଜାନୁଆରୀ ମାସରେ ଏହି ଗାଡିର ବିକ୍ରି ଆରମ୍ଭ ହେବ।

ବଜାଜ ଚେତକରେ IP 67 ହାଇଟେକ ଲିଥିଅମ ଆୟନ ବ୍ୟାଟରୀ ରହିଛି। ଏଥିରେ ଦୁଇଟି ଡ୍ରାଇଭ ମୋଡ (eco, sport) ଦିଆଯାଇଛି। ଇକୋ ମୋଡରେ ଏହା ୯୫ କିମି ଦୂର ଯାଏଁ ଯିବ। ଅପରପକ୍ଷରେ ସ୍ପୋର୍ଟ ମୋଡରେ ଏହି ସ୍କୁଟର ୮୫ କିମି ଯାଏଁ ଯିବ।

ବଜାଜ ଏହି ସ୍କୁଟରରେ ଅନେକ ପ୍ରିମିୟମ ଫିଚର୍ସ ସାମିଲ କରିଛି। ଏଥିରେ ଡିଜିଟାଲ ସ୍ପିଡୋମିଟର ଲାଗିଛି। ସ୍କୁଟରରେ ଇଲେକଟ୍ରିକ ଫାଷ୍ଟ ଚାର୍ଜିଂ ସପୋର୍ଟ ନାହିଁ। ଏହାର ବ୍ୟାଟରୀକୁ ୫-୧୫ amp ସୋକେଟ ଦ୍ବାରା ୩-୫ ଘଣ୍ଟା ଫୁଲ ଚାର୍ଜ କରାଯାଇପାରିବ। ଏହି ଗାଡିର ବ୍ୟାଟରୀ ରିମୁଭ ହେବ ନାହିଁ ଅର୍ଥାତ ଅନ୍ୟ କୌଣସି ସ୍ଥାନରେ ବ୍ୟାଟରୀ ଚାର୍ଜ ହେବ ନାହିଁ।

 

   Related Posts