Bajaj Chetak Chic: ଜାଣନ୍ତୁ କାହିଁକି ଏହା ପୁରା ଅଲଗା, ଆସନ୍ତା କାଲି ପୁଣି ଲଞ୍ଚ ହେବ ବାଜାଜର ସବୁଠାରୁ ଲୋକପ୍ରିୟ ସ୍କୁଟର ଚେତ୍‌କର ନୂଆ ଭର୍ସନ ଚେତକ୍‌ ଚିକ୍‌

Published By : Prameya-News7 Bureau | October 15, 2019 IST

ନୂଆଦିଲ୍ଲୀ - ବାଜାଜର ସବୁଠାରୁ ଲୋକପ୍ରିୟ ସ୍କୁଟର ହେଉଛି ଚେତକ୍‌ । ଏହି ସ୍କୁଟର ଦିନେ ଲୋକଙ୍କର ଷ୍ଟାଟସ୍‌ ସିମ୍ବଲ ଥିଲା । ମାତ୍ର କମ୍ପାନୀ ଏହାର ଉତ୍ପାଦନ ବନ୍ଦ କରିଦେଇଥିଲା । ସମସୟ ଅନୁସାରେ ଅନ୍ୟ ବାଇକ୍‌ ଲଞ୍ଚ କରିଥିଲା । ଏବେ ପୁଣି ଚେତକ୍‌ ବଜାରକୁ ଫେରୁଛି । ହେଲେ ଏକ ନୂଆ ରୂପରେ ନୂଆ ଟେକ୍ନୋଲଜି ସହ । Bajaj Chetak Chicକୁ ଅକ୍ଟୋବର ୧୬ ତାରିଖରେ ବଜାର ପ୍ରବେଶ କରାଯିବ । ଏହାର ଲଞ୍ଚି ସମାରୋହରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତନ ଗଡକରୀ ନିତି ଆୟୋଗର ସିଇଓ ଅମିତାଭ କା୍ତ ଉପସ୍ଥିତ ରହିବେ ।

{"id":170424,"width":580,"height":386}


ଏହା ବଜାଜର ସମସ୍ତ ମଡେଲ୍‌ଠାରୁ ସ୍ୱତନ୍ତ୍ର । କାରଣ ଏହା କମ୍ପାନୀର ପ୍ରଥମ ଇଲେକ୍ଟ୍ରିକ୍‌ ସ୍କୁଟର ।
ଏଥିରେ ପଟ୍ରୋଲ କିମ୍ବା କୌଣସି ପ୍ରକାରର ତେଲର ଆବଶ୍ୟକତା ନାହିଁ। ଏହାର ଅନ୍‌ ରୋଡ୍‌ ପ୍ରାଇସ୍‌ ଏକ ଲକ୍ଷ ଟଙ୍କାରୁ ଅଧିକ ରହିବ ବୋଲି ଆଶା କରାଯାଉଛି ।
ମାତ୍ର Bajaj Chetak Chic ବିଷୟରେ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.