ଏହି ସବୁ ଦମଦାର ବାଇକ୍ ଲଞ୍ଚ କରିବ ବଜାଜ ଅଟୋ, ଜାଣନ୍ତୁ କ'ଣ ରହିଛି ଫିଚର୍ସ

Published By : Prameya-News7 Bureau | October 24, 2021 IST

ନୂଆଦିଲ୍ଲୀ, ୨୪|୧୦: ବଜାଜ ଅଟୋ ପାର୍ବଣ ସମୟରେ ଭାରତୀୟ ବଜାରରେ ଦମଦାର ବାଇକ୍ ଲଞ୍ଚ କରିବାକୁ ଯୋଜନା କରିଛି । କମ୍ପାନୀ ପୂର୍ବରୁ କେଟିଏମ ଆରସି ୨୦୦ ଓ ଆରସି ୧୨୫ ସ୍ପୋର୍ଟ୍ସ ବାଇକର ଦାମ ଘୋଷଣା କରିଥିଲା । ଯଦି ଆପଣ ନୂଆ ବାଇକ କିଣିବାକୁ ଚାହୁଁଛନ୍ତି ତେବେ ଏହି ସବୁ ବାଇକ ଆପଣଙ୍କ ପାଇଁ ଭଲ ବିକଳ୍ପ ହେବ ।

ବାଜାଜ ଡୋମିନାର ୪୦୦

କମ୍ପାନୀ ଟୁରିଂ ଫ୍ରେଣ୍ଡଲି ଡୋମିନାର ୪୦୦ ଲଞ୍ଚ କରିଥିଲା । ଏବେ ଏହାର ଅପଡେଟେଡ୍ ଭର୍ସନ ଲଞ୍ଚ ହୋଇଛି । ଏଥିରେ ପୂର୍ବାପେକ୍ଷା ଲମ୍ବା ଓ୍ୱିଣ୍ଡସ୍କ୍ରିନ୍, ଲଗେଜ୍ କ୍ୟାରିଅ, ବେଲି ପେନ୍ ସିଲ୍ଡ କଭର ଦିଆଯାଇଛି । ଏହା ଟୁରିଂ ଓରିଏଣ୍ଟେଡ୍ ହୋଇଥିବାରୁ ଚାଳକଙ୍କୁ ଆରାମ ମିଳିବ । ଏହାର ବିକ୍ରିୟ ନଭେମ୍ବରରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

{"id":532234,"sizeSlug":"full","linkDestination":"none"}

କେଟିଏମ ଆରସି ୩୯୦

କେଟିଏମ ଆରସି ୨୦୦ ଓ ଆରସି ୧୨୫ ପରେ କମ୍ପାନୀ ଆରସି ୩୯୦ର କାମ୍ ଘୋଷଣା କରିବ । ବାଇକରେ ଅନେକ ଅତ୍ୟାଧୁନିକ ଫିଚର ପ୍ରଦାନ କରାଯାଇଛି । ଏହାର ଇଞ୍ଜିନ ଓ ଟ୍ରାନ୍ସମିଶନକୁ ଅପଡେଟ୍ କରାଯାଇଛି । ଇଞ୍ଜିନର କ୍ଷମତା ୩୭୩.୨ ସିସି ଥିବା ବେଳେ ଏଥିରେ ଲିକଓ୍ୱିଡ୍ କୁଲଡ୍, ଫ୍ୟୁଏଲ ଇଞ୍ଜେକ୍ଟେଡ୍ ସୁବିଧା ମିଳିବ ।ଏହା ୪୩.୫ ପିଏସ ପାଓ୍ୱାର ଜେନେରେଟ୍ କରୁଥିବା ବେଳେ ୩୭ ଏନଏମର ଟର୍କ ଜେନେରେଟ୍ କରିଥାଏ । ଏହାସହ ବାଇକରେ ୬ ସ୍ପିଡ୍ ମାନୁଆଳ ଗିଅର ବକ୍ସ ପ୍ରଦାନ କରାଯାଇଛି ।

{"id":532235,"sizeSlug":"full","linkDestination":"none"}

ପଲସର ୨୫୦

ବଜାଜ ଅଟୋ ଅକ୍ଟୋବର ଶେଷରେ ଭାରତୀୟ ବଜାରରେ ନୂଆ ପଲସର ୨୫୦ ଲଞ୍ଚ୍ କରିବ ବୋଲି ଯୋଜନା କରିଛି । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ବାଇକ ହେବ । ନୂଆ ପାଓ୍ୱାର ଟ୍ରେନ, ଚେସିସ ଓ ବଡି ଲୁକରେ ପରିବର୍ତ୍ତନ କରାଯାଇଛି । ଏହା ୨୫୦ ସିସି ରେଞ୍ଜରେ ସବୁଠାରୁ ଶକ୍ତିଶାଳୀ ଓ ଦମଦାର ବାଇକ୍ ହେବ ବୋଲି କମ୍ପାନୀ କହିଛି । ଏଥିରେ ୨୭ ଏଚପିର ପାଓ୍ୱାର ମିଳିବ ବୋଲି କୁହାଯାଉଛି ।

{"id":532236,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.