Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦେଶର ସବୁଠୁ ସସ୍ତା କାର ଲଂଚ କରିଲା ବଜାଜ ଅଟୋ

29/03/2019 at 5:08 PM

ଭାରତର ସବୁଠୁ ଛୋଟ ଓ ସସ୍ତା କାର ଲଂଚ କରିଲା ବଜାଜ ଅଟୋ। ଏହି କାର ଲଂଚ ହେବା ପୂର୍ବରୁ ନାନୋକୁ ସବୁଠୁ ଛୋଟ କାର ବୋଲି କୁହାଯାଉଥିଲା। କିନ୍ତୁ ବଜାଜ ଅଟୋ ଇଲେକ୍‌ଟ୍ରିକ କାର ସେକ୍ଟରରେ ବଜାରରେ ସବୁଠୁ ଛୋଟ କାର କ୍ୟୁଟ୍‌ (Qute)ଭାରତରେ ଲଂଚ କରିଛି।

ଭାରତର ସଡକ ଓ ପରିବହନ ମନ୍ତ୍ରାଳୟର ମଂଜୁରୀ ପରେ ବଜାଜ Qute ଭାରତରେ ଲଂଚ ହୋଇଛି। ଏହାର ଲଂଚିଙ୍ଗ ଗୁଜରାଟରେ କରାଯାଇଛି। ଏହି କାରକୁ  ଫୋର ହୁଇଲର କ୍ୟାଟେଗରୀରେ ମଞ୍ଜୁରୀ ମିଳିଛି। ଏହି କାର ସସ୍ତା ହେବା ସହ ଭଲ ମାଇଲେଜ ମଧ୍ୟ ଦେବ । ଏହା ଭାରତର ପ୍ରଥମ କ୍ୱାଡ୍ରିସାଇକଲ ଯାନ।

ବଜାଜ କ୍ୟୁଟ୍‌ରେ ୨୧୬ ସିସିର ସିଗଂଲ ସିଲିଣ୍ଡର ଫୁଏଲ ଇନ୍‌ଜେକ୍‌ଟେଡ ଇଂଜନ୍‌ ଅଛି। ଯାହା ୧୩ ବିଏଚପିର ପାୱାର ଏବଂ ୨୦ ଏନଏମର ଟର୍କ ଦେବ। ଏଥିରେ ୫ଟି ସ୍ପିଡ ଗିଅରବକ୍ସ ମଧ୍ୟ ଅଛି। ଏହାର ଟପ୍‌ ସ୍ପିଡ ୭୦ କିଲୋମିଟର ପର ଆୱର । କାରରେ ଏଲପିଜି ଏବଂ ସିଏନଜି ବିକଳ୍ପର ସୁବିଧା ରହିବ। କମ୍ପାନୀ ସୂଚନା ଅନୁସାରେ ଏହି କାର ପାଖା ପାଖି ୩୬ କିଲୋମିଟର ପ୍ରତି ଲିଟର ମାଇଲେଜ ଦବ। 

କାର ପେଟ୍ରୋଲ ଫୁଏଲ ଭ୍ୟାରିଏଣ୍ଟ ୨.୪୯ ଲକ୍ଷ ଟଙ୍କା ହେଲେ ସିଏନଜି ଫୁଏଲ ଭ୍ୟାରିଏଣ୍ଟର କମର୍ସିଆଲ ବିକ୍ରି ୨.୭୯ ଲକ୍ଷ ଟଙ୍କା। ବଜାଜର ବରିଷ୍ଠ ଅଧିକାରୀମାନେ କହିଥିଲେ ଯେ, ଏହି କାରର ମେନ୍‌ଟେନାନ୍ସ ଦାମ ବହୁତ କମ। ଫଳରେ କମ ଆୟ କରୁଥିବା ଲୋକେ ମଧ୍ୟ ଏହି ଗାଡି କିଣିପାରିବେ।

ଏହି ଗାଡି ଡ୍ରାଇଭ କରିବା ମଧ୍ୟ ବହୁତ ସହଜ। କମ୍ପାନୀର ଜିଏମ୍‌ ଅହିର କହିଥିଲେ ଯେ, କ୍ୟୁଟ୍‌ ଗାଡି ଟାଟା ନାନୋଠୁ ବହୁତ ଅଲଗା। ନାନୋର ମାଇଲେଜ ଖରାପ ହୋଇଥିବାରୁ ଏହାର ଅଧିକ ବିକ୍ରି ହେବାରେ ସଫଳ ହୋଇନାହିଁ। କିନ୍ତୁ ଏହି କ୍ଷେତ୍ରରେ ବଜାଜ କ୍ୟୁଟ୍‌ ବହୁତ ଭଲ।

   Related Posts