Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

କୋଭିଡରେ ମୃତ୍ୟୁ ହେଲେ କର୍ମଚାରୀଙ୍କ ପରିବାରକୁ ୨ ବର୍ଷ ଯାଏଁ ଦରମା ଦେବ ବଜାଜ ଅଟୋ, ବହନ କରିବ ପିଲାଙ୍କ ପାଠପଢା ଖର୍ଚ୍ଚ

13/05/2021 at 2:32 PM

ନୂଆଦିଲ୍ଲୀ,୧୩/୦୫:  ଦେଶରେ କରୋନା ମୃତକଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ସଂକ୍ରମଣ ରୋକିବା ପାଇଁ ଅନେକ କମ୍ପାନୀ ସାମ୍ନାକୁ ଆସୁଛନ୍ତି । ଏହି ସଙ୍କଟ ବେଳେ ବଜାଜ ଅଟୋ ଏକ ବଡ ନିଷ୍ପତ୍ତି ନେଇଛି । କୋଭିଡ-୧୯ କାରଣରୁ ଯେଉଁ କର୍ମଚାରୀମାନେ  ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରକୁ ୨ ବର୍ଷ ଯାଏଁ ଦରମା ପ୍ରଦାନ କରାଯିବ । କେବଳ ଏତିକି ନୁହେଁ, ମୃତକଙ୍କ ପିଲାଛୁଆଙ୍କ ପାଠପଢା ଖର୍ଚ୍ଚ ମଧ୍ୟ କମ୍ପାନୀ ବହନ କରିବ ।

ପୁଣେ ସ୍ଥିତ ଅଟୋ ମୋବାଇଲ ସଂସ୍ଥା ପକ୍ଷରୁ ବୟାନ ଜାରି କରାଯାଇଛି ଯେ, କମ୍ପାନୀ ପକ୍ଷରୁ ଦିଆଯାଇଥିବା ମେଡିକାଲ ବୀମାକୁ ୫ ବର୍ଷ ଯାଏଁ ବୃଦ୍ଧି କରାଯିବ । ଏହି ଲାଭ ବଜାଜ ଅଟୋ ଦ୍ୱାରା ଆଗତ ହୋଇଥିବା ଦ୍ୱିତୀୟ ଜୀବନ ବୀମାରୁ ଭଲ । ଏହାସହ ଯଦି କୌଣସି କର୍ମଚାରୀ କୋଭିଡରେ ପ୍ରାଣ ହରାନ୍ତି ତାଙ୍କ ପରିବାରକୁ ୨ ବର୍ଷ ଯାଏଁ ମାସିକ ୨ ଲକ୍ଷ ହିସାବରେ ଦରମା ମିଳିବ ।

ଆହୁରି ମଧ୍ୟ ମୃତକଙ୍କ ସର୍ବାଧିକ ୨ ଜଣ ସନ୍ତାନଙ୍କୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠପଢା ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା କମ୍ପାନୀ ବହନ କରିବ । ସେହିପରି ସ୍ନାତକ ପାଇଁ କମ୍ପାନୀ ପକ୍ଷରୁ ୫ ଲକ୍ଷ ଟଙ୍କା ବହନ କରାଯିବ ।ଏହି ସହାୟତା ନୀତି ଏପ୍ରିଲ ୧, ୨୦୨୦ରୁ ଲାଗୁ ହେବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଅର୍ଥାତ ଗତ ବର୍ଷ ପ୍ରାଣ ହରାଇଥିବା କର୍ମଚାରୀମାନେ ମଧ୍ୟ ସୁବିଧାର ଲାଭ ପାଇବେ ।

   Related Posts