ଭାରତ ବଜାରକୁ ପ୍ରବେଶ କରିବ Triumph, ପାର୍ଟନରସିପ୍ ଘୋଷଣା କଲେ bajaj ଅଟୋ

Published By : Prameya-News7 Bureau | January 24, 2020 IST

ବଜାଜ ଓ ଟ୍ରମ୍ଫ ନନ ଇକ୍ୱଟି ପାର୍ଟନରସିପ୍ ସମ୍ପର୍କରେ ଶୁକ୍ରବାର ଅଧିକାରୀକ ଘୋଷଣା କରିଛନ୍ତି। ଏହି ଅବସରରେ ଉଭୟ କମ୍ପାନୀ ସେମାନଙ୍କର ଭବିଷ୍ୟତର ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି।  ସେମାନଙ୍କ ଘୋଷଣା ଅନୁସାରେ ଏବେ ଟ୍ରମ୍ଫ ନୂଆ ଉତ୍ପାଦ ଲାଗି ଇଞ୍ଜିନିୟରିଂ ସହାୟତା ଯୋଗାଇଦେବାକୁ ଥିବା ବେଳେ ବଜାଜ ଅଟୋ ସେଗୁଡିକର ଉତ୍ପାଦନ କରିବେ।

{"id":215348,"width":578,"height":302,"sizeSlug":"large"}

କମ୍ପାନୀମାନେ ନୂଆ ମିଡ ସେଗମେଣ୍ଟ ମୋଟରସାଇକେଲ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରିବେ। ଏଥିରେ ସେମାନେ ୨୦୦ ସିସିରୁ ୭୫୦ ସିସି ମୋଟର ସାଇକେଲ ଉତ୍ପାଦନ ଲାଗି ନୂଆ ପ୍ଲାଟଫର୍ମରେ କାର୍ଯ୍ୟ କରିବେ ବୋଲି ଜଣାପଡିଛି। ମୋଟର ସାଇକଲେର ବିସ୍ତୃତ ବର୍ଗମାଳାର ପ୍ରାରମ୍ଭିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଆରମ୍ଭ ହେବାକୁ ଥିବା ବେଳେ ୨୦୨୨ରେ ସେଗୁଡିକର ବଜାର ପ୍ରବେଶ ହେବ।  

{"id":215358,"sizeSlug":"large"}

ତେବେ ଏହି ପାର୍ଟନରସିପ୍‌ରୁ ଉତ୍ପାଦିତ ମୋଟର ସାଇକେଲଗୁ଼ଡିକରେ ଟ୍ରମ୍ଫ ବ୍ୟାଜ୍ ରେ ବିକ୍ରୟ ହେବ। ତେବେ ଭାରତରେ ବଜାଜ ଅଟୋ ଖୁବ୍ ଶୀଘ୍ର ଟ୍ରମ୍ଫର ବିତରଣ ଆରମ୍ଭ କରିବ ବୋଲି ଏହି ରାଜିନାମାରୁ ଜଣାପଡିଛି। କେବଳ ଭାରତ ନୁହେଁ ବିଶ୍ୱର ଯେଉଁ ଦେଶରେ ଟ୍ରମ୍ଫ ନାହିଁ ସେଠାରେ ବଜାଜ୍ ଟ୍ରମ୍ଫ ବ୍ରାଣ୍ଡରେ ବାଇକ୍ ଲଞ୍ଚ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.