ବୈତରିଣୀରେ କୁମ୍ଭୀର ଆତଙ୍କ, ଭୟଭୀତ ନଈକୂଳିଆ ଗ୍ରାମବାସୀ

Published By : Prameya-News7 Bureau | October 24, 2021 IST

ଚାନ୍ଦବାଲି, ୨୪/୧୦:  ବୈତରିଣୀରେ କୁମ୍ଭୀର ।  ଭଦ୍ରକ ଜିଲ୍ଲା ବେତାଳିଗାଁ ସ୍ଥିତ ବୈତରଣୀନଦୀର ଗାନ୍ଧିଘାଟ ନିକଟରେ ଦେଖା ଦେଇଛି କୁମ୍ଭୀର ।

ଶନିବାର ସନ୍ଧ୍ୟା ସମୟରୁ ରବିବାର ସକାଳ ପର୍ଯନ୍ତ ବଉଳା କୁମ୍ଭୀର ଆତଙ୍କ ଖେଳାଇବା ଯୋଗୁଁ ଆତଙ୍କିତ ହୋଇପଡିଛନ୍ତି ନଦୀକୂଳିଆବାସୀ ।  ଗତ କିଛିଦିନ ହେବ ବୈତରଣୀ ନଦୀରେ  ୧୫ ଫୁଟ ଲମ୍ବର ବଉଳା କୁମ୍ଭୀର କୂଳରେ ଆସି ପହଁରୁଥିବା ଦେଖିବାକୁ ମିଳୁ । କେତେବେଳେ କୁମ୍ଭୀର ମୁହଁରେ ମଣିଷଙ୍କ ପ୍ରାଣ ଯାଉଛି ତ ଆଉ କେତେବେଳେ ଗୃହପାଳିତ ପଶୁଙ୍କ ପ୍ରାଣ ଯାଉଛି ।

ବନଖଣ୍ଡ ବିଭାଗ କେବଳ ସଚେତନତାର ବାର୍ତ୍ତା ଡାକବାଜି ଯନ୍ତ୍ର ଦ୍ବାରା ସୂଚନା ଦେଇ ଚୁପ ବସିଛି। ଏପଟେ ବାରମ୍ବାର କୁମ୍ଭୀର ଆତଙ୍କ ଖେଳାଇବା ସହ ନଦୀକୂଳରେ ଝାମ୍ପ ମାରୁଛି। ଯାହାକୁ ନେଇ ଗାନ୍ଧିଘାଟ, ଶାଆଁଳପୁର, ବେତାଳିଗାଁ ଆଦି ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.