Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବିପଦ ସଙ୍କେତ ଉପରେ ବୈତରଣୀ ଜଳସ୍ତର, ତଳିଆ ଅଞ୍ଚଳରେ ବଢୁଛି ପାଣି

15/09/2021 at 11:54 AM

ଭଦ୍ରକ ୧୫।୯: ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିଲେ ମଧ୍ୟ ସକାଳ ସମୟରେ ସ୍ଥିର ରହିଛି । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ଥିବାବେଳେ ବିଳମ୍ବିତ ରାତିରେ ୧୮.୩୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଥିଲା । ସକାଳ ସମୟରେ ଜଳସ୍ତର ସ୍ତର ଖସି ୧୮.୩୧ରେ ପ୍ରବାହିତ ହେଉଛି ।

ଅନ୍ୟପଟେ କଣ୍ଟିଘାଇ ଦେଇ ବନ୍ୟାଜଳ ଚାଷ ଜମି ଓ ଜନବସତିକୁ ପ୍ରବେଶ କରିଛି । ଭଣ୍ଡାରିପୋଖରୀ ବ୍ଲକର ୬ଟି ପଂଚାୟତ ଓ ଧାମନଗର ବ୍ଲକର ୩ଟି ପଞ୍ଚାୟତରେ ବନ୍ୟା ଜଳ ମାଡିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିଛି । ଭଦ୍ରକ ଆଖଣ୍ଡଳମଣୀ ରାସ୍ତାର ଅସୁରାଳୀ ରେବ ପୋଲ ନିକଟରେ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରଶାସନ ତରଫରୁ ନିଯୁକ୍ତ ନୋଡାଲ ଅଫିସରଙ୍କ ଟିମ୍ ବିଭିନ୍ନ ଅଞ୍ଚଳ ଉପରର ନଜର ରଖିଛନ୍ତି ।

ତେବେ ବୈତରଣୀ ନଦୀରେ ବନ୍ୟା ଜଳ ରାତି ସୁଦ୍ଧା ବିପଦ ସଂକେତ ତଳକୁ ଖସିବାର ସମ୍ଭାବନା ରହିଛି । ଉପରମୁଣ୍ଡରେ ଜଳସ୍ତର ହ୍ରାସ ହେଉଥିଲେ ମଧ୍ୟ ଭଣ୍ଡାରିପୋଖରୀ, ଧାମନଗର, ତିହିଡି ଓ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିପାରେ । ପ୍ରଶାସନ ତରଫରୁ କେନ୍ଦୁଝର ଜିଲ୍ଲାରେ ହେଉଥିବା ବର୍ଷାର ପରିମାଣକୁ ଦେଖି ବନ୍ୟାର ପରବର୍ତ୍ତୀ ସ୍ଥିତି ଆକଳନ କରାଯାଉଛି ।

   Related Posts