Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଉପର ମୁଣ୍ଡରେ କମୁଛି କିନ୍ତୁ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିରେ ଆସିନି ସୁଧାର, ଏବେବି ବିପଦ ସଙ୍କେତ ଉପରେ ବୈତରଣୀ

28/05/2021 at 4:55 PM

ଭଦ୍ରକ ୨୮।୫: ବାତ୍ୟା ପରେ ଭଦ୍ରକ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଛି ବନ୍ୟା ପରିସ୍ଥିତି । ବାତ୍ୟା ପ୍ରଭାବରେ ଗତ ୩ ଦିନ ଧରି ସମଗ୍ର ଜିଲ୍ଲାରେ ପ୍ରାୟ ୨ ହଜାର ମିଲିମିଟର ବର୍ଷା ସହ ଉପରମୁଣ୍ଡ କେନ୍ଦୁଝର, ଆନନ୍ଦପୁର, କରଞ୍ଜିଆ ଏବଂ ଷୋମପାଟଣା ଇତ୍ୟାଦି ଅଞ୍ଚଳରେ ଅଧିକ ବୃଷ୍ଟିପାତ ଯୋଗୁଁ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି  । ବାତ୍ୟା ‘ୟାସ୍’ ଯୋଗୁଁ ଜିଲ୍ଲାବ୍ୟାପୀ ପ୍ରବଳ ବର୍ଷା ହୋଇଥିବା ବେଳେ ସେହି ଜଳ ନିଷ୍କାସିତ ହୋଇନାହିଁ । ସମୁଦ୍ର ଜୁଆର ପାଣି ଗାଁ ଗଣ୍ଡାରେ ପଶିବା ସହ ବୈତରଣୀ ବନ୍ୟା ଜଳସ୍ତର କମୁଥିବା ବେଳେ ଏବେବି ବିପଦ ସଂକେତ ଉପରେ ରହିଛି ।

ବୈତରଣୀର ଶାଖା ଗେଙ୍ଗୁଟି ଓ କୋଚିଳା ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଧାମନଗର ବ୍ଲକର ୮ଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ମୁଖ୍ୟରାସ୍ତା ଉପରେ ୩ ରୁ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବନ୍ୟାଜଳ ଚାଷ ଜମିରେ ପଶି  ଅଂଚଳ ଜଳମଗ୍ନ କରିଥିବା ବେଳେ ବହୁ ସ୍ଥାନରେ ରାସ୍ତା ଉପରେ ପାଣି ସୁଅ ଛୁଟିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେହିପରି ଦିହୁଡ଼ି, ଆନନ୍ଦପୁର, ଖଡିପଦା, ଷୋହଡା, ପଧାନୀ, କରଦା ଆଦି ପଞ୍ଚାୟତର ୨୫ରୁ ଉର୍ଦ୍ଧ୍ଵ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି । ସେହିପରି ଯାଜପୁରରୁ ଧାମନଗରକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତା ଖଡିପଦାଠାରେ ୪ ଫୁଟର ବନ୍ୟାଜଳ ପ୍ରବେଶ କରୁଥିବା ଫଳରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଭଣ୍ଡାରିପୋଖରୀ ବ୍ଲକରେ ଷୋଳମପୁର, ନପଙ୍ଗ, ମାଳଦା, ରହଣିଆ, ବାଲିପୋଖରୀ ଆଦି ପଞ୍ଚାୟତ ପାଣି ଘେରରେ ରହିଛି ।

ସେପଟେ ମାଳଦା ସର୍ତ୍ତା ନାଳ ଆଉ ମଣିନାଥପୁର ଜୋର ପୋଲ ନିର୍ମାଣ ସରିନଥିବାରୁ, ଭଣ୍ଡାରିପୋଖରୀ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବନ୍ୟାଞ୍ଚଳର ସ୍ଥିତି ପରଖୁଛନ୍ତି । ବୈତରଣୀର ବର୍ତ୍ତମାନ ଜଳସ୍ତର ହ୍ରାସ ପାଇବାକୁ ଲାଗିଛି । ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ, ଏଠାରେ ଦିନ ୨ଟା ସୁଦ୍ଧା ୧୮.୩୨ ମିଟର ଉପରେ ଜଳ ପ୍ରବାହିତ ହେଉଛି । ପ୍ରଶାସନ ପକ୍ଷରୁ ଧାମନଗରରେ ଦୁଇଟି ଓଡ୍ରାଫ ଓ ଭଣ୍ଡାରିପୋଖରୀରେ ଗୋଟିଏ ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି ।

   Related Posts