ଲଗାଣ ବର୍ଷାରେ ଧସିଲା ବୈତରଣୀ ନଦୀବନ୍ଧ

Published By : Prameya-News7 Bureau | August 08, 2019 IST

ଭଣ୍ଡାରିପୋଖରୀ ୮|୮: ଲଗାଣ ବର୍ଷାରେ ଧସିଲା ବୈତରଣୀ ନଦୀବନ୍ଧ। ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ  ପଂଚାୟତ ବଳିଘାଇ ପୋଲଠାରୁ ଦେହୁଡ଼ି ଆନନ୍ଦପୁର ଯାଏଁ ଚଳିତବର୍ଷ ପ୍ରାୟ କୋଟି କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀର ବାମପାର୍ଶ୍ଵ ବନ୍ଧ ନିର୍ମାଣ ହୋଇଥିଲା। କାମ ସମୟରେ ପ୍ରାଥମିକ ସ୍ତରରୁ ମାଟି ପଡି ପର୍ଯ୍ୟାୟକ୍ରମେ ପାଣି ସିଞ୍ଚନ ଓ ରୋଲିଂ ହୋଇନଥିବା ବେଳେ ବର୍ଷାକୁ ଆଖି ଆଗରେ ରଖି ତରବରିଆ ଭାବେ ଠିକାସଂସ୍ଥା ମାଟିକାମ ସାରିଦେଇ ପଳାଇଥିଲା। ନଦୀପଠା ସ୍ଥାନ ଓ ଗାଁ ବାଡ଼ିତଳ ଜମିରୁ ବାଲି ମାଟି ଆଣି ବନ୍ଧ ଉପରେ ପକାଇଥିବାରୁ ଏବଂ ଠିକ୍ ଭାବେ ରୋଲିଂ ହୋଇନଥିବା ଯୋଗୁଁ ନଦୀବନ୍ଧ ସାମାନ୍ୟ ବର୍ଷାରେ ଧସିଯାଇଥିବା ଜଣାଯାଇଛି। ନିମ୍ନମାନର କାମଯୋଗୁଁ ଏହିଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ବନ୍ଧର କଣ୍ଟିଘାଇ, ବିନ୍ଧଣ, ରଘୁନାଥପୁର ଓ ଅନ୍ୟାନ୍ୟ ସ୍ଥାନରେ ମାଟି ଧସି ନଦୀ ଓ ଗ୍ରାମ ପଟକୁ ଚାଲିଯାଇଥିବା ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.