Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ପୁଣି ଧସିଲା ବୈତରଣୀ ଷାଠିବାଙ୍କୁଡା ନଦୀ ବନ୍ଧ

28/01/2019 at 2:58 PM

ଚାନ୍ଦବାଲି ୨୮|୧:  ପୁଣି ଧସିଲା ବୈତରଣୀ ଷାଠିବାଙ୍କୁଡ଼। ନଦୀ ବନ୍ଧ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ଛନ୍ଦାକୂଳ ନିକଟରେ ବୈତରଣୀ ନଦୀ ବନ୍ଧର ପ୍ରାୟ ୨୦୦ ଫୁଟ ଲମ୍ବର ମାଟି ଅତଡ଼। ଧସି ପଡିଛି। ଏଥିସହ ପଥରପ୍ୟାକିଂ ନଦୀ ଗର୍ଭକୁ ଧସିଯାଇଛି । ବର୍ତ୍ତମାନ ଯେଉଁ ସ୍ଥାନରେ ନଦୀବନ୍ଧ ଝସିଛି  କିଛିମାସ ପୂର୍ବରୁ ସେହି ସ୍ଥାନରେ ଯାଜପୁର ଜଳସେଚନ ବିଭାଗ ମରାମତି କରିବା ସହ ପୁଣି ପଥର ପ୍ୟାକିଂ କରିଥିଲେ ।  ହେଲେ ନିମ୍ନମାନର କାମ ହୋଇଥିବାରୁ ପୁଣି ନଦୀବନ୍ଦ ଧସିଥିବା ଅଭିଯୋଗ ହୋଇଛି । ଏଥିସହ ଗତ ବନ୍ୟାରେ ନଦୀବନ୍ଦ ସଂଲଗ୍ନ ୨୦ ନମ୍ବର ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ସ୍ଥାନରେ ଏଯାଏଁ ମରାମତି ହୋଇନି । ତେବେ ଷାଠିବାଙ୍କୁଡା ନଦୀବନ୍ଦ କାହଁକି ବାରମ୍ବାର ଧସୁଛି, ସରକାରଙ୍କ ତହବିଲରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଥିଲେ ମଧ୍ୟ କାହିଁକି ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ ସେ ନେଇ ପ୍ରଶ୍ନ ଉଠିଛି ।

   Related Posts