ବିପଦ ସଂକେତ ଉପରେ ବୈତରଣୀ ନଦୀର ଜଳସ୍ତର, ଲୋକେ ଭୟଭୀତ

Published By : Prameya-News7 Bureau | September 08, 2019 IST

ଭଣ୍ଡାରିପୋଖରୀ ୮।୯:  ବିପଦ ସଂକେତ ଉପରେ ବୈତରଣୀ ନଦୀର ଜଳସ୍ତର। ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ଫଳରେ ନଦୀରେ ଜଳସ୍ତର ବଢ଼ିଛି। ବୈତରଣୀ ନଦୀର ଆଖୁଆପଦା ଆନିକଟଠାରେ ନଦୀର ବିପଦ ସଂକେତ ୧୭.୮୩ମିଟର ଥିବାବେଳେ ଜଳସ୍ତର ଏବେସୁଦ୍ଧା ୧୭.୯୦ ମିଟରରେ ପ୍ରବାହିତ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜଳସ୍ତର ଧୀରେ ଧୀରେ କମୁଥିବା ନେଇ  ଆଖୁଆପଦା ଜଳସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କକ୍ଷରୁ ସୂଚନା ମିଳିଛି ।

{"id":154718}

ତେବେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ତଳିଆ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବିଳମ୍ବିତ ରାତିରେ ବନ୍ୟା ଜଳ କଣ୍ଟିଘାଇ ଏସକେପ ଦେଇ ଚାଷ ଜମିକୁ ମାଡି ଥିବା ବେଳେ ବର୍ତମାନ ଜଳସ୍ତର କମିବା ପରେ ଜଳ ପ୍ରବାହ ବନ୍ଦ ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.