ଆଖୁଆପଦାରେ ବିପଦ ସଙ୍କେତ ଉପରେ ବୈତରଣୀର ଜଳସ୍ତର ; ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି

Published By : Prameya-News7 Bureau | September 08, 2018 IST

ଭଦ୍ରକ ୮|୯: ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଯେ।ଗୁଁ ସୃଷ୍ଟି ହେ।ଇଛି ବନ୍ୟା ପରିସ୍ଥିତି । ଆଖୁଆପଦାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ । ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଏବେ ଜଳସ୍ତର ୧୮.୪୮ ମିଟରରେ ପ୍ରବାହିତ ହେଉଛି । ଜଳସ୍ତର ବଢ଼ିବା ଯେ।ଗୁଁ ଧାମନଗର, ଭଣ୍ଡାରିପୋଖରୀ, ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ , ବାଲିପୋଖରୀ,କୁରିଗାଁ ,ଝୁଟୁନା , ବନ୍ଧାଳମଡ଼ିଆଳି ଅଞ୍ଚଳରେ ବନ୍ୟା ଜଳ ପଶିଛି । ଫଳରେ ପାଣି ଘେରରେ ଅଛନ୍ତି ଅଞ୍ଚଳବାସୀ । ଚାଷ ଜମିରେ ପାଣି ଭରି ରହିଛି । ସେହିପରି ସରତା ପୋଲ ଉପରେ ୫ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାଖାପାଖି ପ୍ରାୟ ୩୨ହଜାର ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.