କମୁଛି ବୈତରଣୀର ଜଳସ୍ତର, ତଥାପି ବିପଦ ସଙ୍କେତ ଉପରେ ପ୍ରବାହିତ : ପାଣି ଘେରରେ ଅନେକ ଗାଁ

Published By : Prameya-News7 Bureau | September 17, 2021 IST

ଭଦ୍ରକ, ୧୭।୦୯ : ବିପଦ ସଙ୍କେତ ଉପରେ ଥିଲେ ବି ଧିରେ ଧିରେ କମୁଛି ବୈତରଣୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ଶୁକ୍ରବାର ସକାଳ ୭ଟା ସୁଦ୍ଧା  ୧୮.୦୯ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ଉପର ମୁଣ୍ଡରେ ପାଣି ଖସୁଥିଲେ କିନ୍ତୁ ତଳ ମୁଣ୍ଡରେ ପାଣି ବଢ଼ିବାରେ ଲାଗିଛି । ବନ୍ୟା ଯୋଗୁଁ ବିଭିନ୍ନ ଗାଁ ରାସ୍ତାରେ ପାଣି ଚାଲୁଛି । ଭଣ୍ଡାରିପୋଖରୀ ବ୍ଲକର ୫  ପଞ୍ଚାୟତ ନପଙ୍ଗ, ଷୋଳମପୁର, ରହଣିଆ, କୁରିଗାଁ ସହ ଆହୁରି ଅନେକ ପଞ୍ଚାୟତରେ ଥିବା ଗାଁ ଗୁଡିକରେ ପାଣି ପଶିଛି।  ଅନ୍ୟପଟେ ମଲ୍ଲୀମାହାରା ଓ ଗୌରାଙ୍ଗପୁର ଏସକେପ୍ ଦେଇ ବନ୍ୟା ଜଳ ଧାମନଗର ବ୍ଲକରେ ପଶୁଛି ।

ଧାମନଗର ବ୍ଲକର ଦିହୁଡ଼ି ଆନନ୍ଦପୁର, ପଧାନି, ସୋହଡା, ଖଡ଼ିପଦା, ହସନାବାଦ, କୋଠାର  ସହ ଆହୁରି ଅନେକ ପଞ୍ଚାୟତରେ ପାଣି ପଶିଛି।  ଲୋକମାନେ ନାହିଁ ନଥିବା ହଇରାଣର ସମ୍ମୁଖୀନ ହେଉଥିବା ନଜର ଆସିଛି । ତିହିଡି ବ୍ଲକରେ କିଛି ପଞ୍ଚାୟତରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଥିବା ସୂଚନା ମିଳିଛି। ଫଳରେ  ହେକ୍ଟର ହେକ୍ଟର ଚାଷଜମି ବନ୍ୟା ଜଳରେ ବୁଡି ରହିଛି । ପରିସ୍ଥିତି ଉପରେ ପ୍ରଶାସନ କଡା ନଜର ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.