ବିପଦ ସଂକେତ ଉପରେ ବୈତରଣୀ : ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତି
7/09/2018 at 1:32 PM

ଭଦ୍ରକ୭|୯: ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଭଦ୍ରକ ଜିଲ୍ଲାର ଆନିକଟ ନିକଟରେ ବୈତରଣୀ ବିପଦ ଉପରେ ପ୍ରବାହିତ ହେଉଛି ।ଏଠାରେ ବିପଦ ସଂକେତ 17.83 ଥିବା ବେଳେ ବନ୍ୟା ଜଳ 17.84 ରେ ପ୍ରବାହିତ ହେଉଛି । ରାତିରେ ବୈତରଣୀରେ ପାଣି ବିପଦ ସଂକେତ ତଳକୁ ଖସିଥିଲା । କିନ୍ତୁ ସକାଳୁ ପୁଣି ଜଳସ୍ଥର ବଢିବାକୁ ଲାଗିଛି । ଯାହା ଫଳରେ ଭଣ୍ଡାରିପୋଖରୀ ବ୍ଲକର ରହଣିଆ , ନପଙ୍ଗ , ମାଳଦା , ରଣଜିତ ,ବାଲିପୋଖରୀ , ମଣୀନାଥପୁର ପଞ୍ଚୟତର କିଛି ଅଂଚଳ ବର୍ଷା ଜଳରେ ଜଳମଗ୍ନ ହୋଇଛି । ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବହୁ ଚାଷଜମି ଜଳମଗ୍ନ ହୋଇଛି ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021