ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

Published By : Prameya-News7 Bureau | November 04, 2020 IST

ଅନୁଗୋଳ ୪।୧୧: ଅନୁଗୋଳ ଜିଲ୍ଲା ବଇଣ୍ଡା ଗ୍ରାମ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ବଇଣ୍ଡା ସ୍ଥିତ ସରକାରୀ ବାସଭବନରେ କଟକ ଓ ଅନୁଗୋଳ ଭିଜିଲାନ୍ସ ଟିମ୍‌ ମିଳିତ ଚଢାଉ କରିଛି ।

{"id":355969,"sizeSlug":"large"}

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଥିବା ଜଣାପଡିଛି । ବଇଣ୍ଡା ସ୍ଥିତ ସରକାରୀ ବାସଭବନରୁ ନଗଦ ପାଖାପାଖି ଏକ ଲକ୍ଷ ଟଙ୍କା, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି । ଆଗକୁ ଅଧିକା ତଥ୍ୟ ଜଣା ପଡିବ । ଚଢାଉ ଜାରି ରହିଥିବା ଯୋଗୁଁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି ଭିଜିଲାନ୍ସ ବିଭାଗ ।

{"id":355970,"sizeSlug":"large"}

ସେପଟେ କଟକ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶରେ ଜଗତସିଂହପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ନିଆଳି ଥାନା ସିଠାଳୋ ସ୍ଥିତ ପୈତୃକ ଘର, ନୂଆ ଘର ଓ ଶ୍ୱଶୁର ଘର ଉପରେ ଚଢାଉ ଜାରି ରହିଛି । ସିଠାଳୋରେ ୩ଟି ସ୍ଥାନରେ ଚଢାଉ ଚାଲିଛି । ଚଢାଉ ବେଳେ କଟକ, ପୁରୀ, ଅଡଶପୁର ଠାରେ ଥିବା ମୂଲ୍ୟବାନ ଜମି ପଟ୍ଟା, ନଗଦ ୫୦୦ ଗ୍ରାମ୍ ସୁନା ଇତ୍ୟାଦି ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.