ସାରୁଅ ଜମି ଜାଲିଆତି ମାମଲା: ମନୋରଞ୍ଜନ ଷଡଙ୍ଗୀଙ୍କୁ ମିଳିଲା ଜାମିନ୍

Published By : Prameya-News7 Bureau | November 11, 2020 IST

ଭୁବନେଶ୍ୱର୧୧/୧୧: ସାରୁଅ ଜମି ଜାଲିଆତିରେ ଗିରଫ ଓଡ଼ିଶା ଇନଫ୍ରାଟେକର ପୂର୍ବତନ ନିର୍ଦ୍ଦେଶକ ମନୋରଂଜନ ଷଡ଼ଙ୍ଗୀଙ୍କୁ ମିଳିଛି ଜାମିନ। ଏହି ମାମଲାରେ ଗିରଫ ହୋଇଥିବା ଅନ୍ୟତମ ଏଜେଣ୍ଟ ଶିବପ୍ରସାଦଙ୍କ ଜାମିନ ଖାରଜ କରାଯାଇଛି । ଜମି ହରାଇଥିବା ଆଉ ୭ ଜଣ ମଧ୍ୟ ନିଜ ନିଜର ପକ୍ଷ ରଖିଥିଲେ ।

ଏମାନଙ୍କୁ ମିଶାଇ ଜମି ହରାଇଥିବା ମୋଟ ୨୨ ଜଣଙ୍କ ମଧ୍ୟରୁ ୨୧ ଜଣ ପକ୍ଷ ରଖିଥିଲେ । ଅନୁସୂଚିତ ଜାତି(ଏସସି) ବ୍ୟକ୍ତିବିଶେଷଙ୍କର ଜମି ହଡ଼ପ କରାଯାଇଥିବାରୁ ଉଭୟ ମନୋରଞ୍ଜନ ଓ ଶିବପ୍ରସାଦଙ୍କ ଜାମିନକୁ ଆବେଦନକାରୀଙ୍କ ଓକିଲ ବିରୋଧ କରିଥିଲେ । ଜଣେ ଜାମିନଦାର ଓ ୫୦ ହଜାର ଟଙ୍କା ବେଲ ବଣ୍ଡରେ ମନୋରଞ୍ଜନ ଙ୍କୁ ଜାମିନ ମିଳିଥିବା ଜଣାପଡିଛି । ଜାମିନରେ ରହିଥିବା ସମୟରେ ମନୋରଞ୍ଜନ ଯେପରି ରାଜ୍ୟ ବାହାରକୁ ନ ଯାଆନ୍ତି । ସାକ୍ଷୀମାନଙ୍କୁ ପ୍ରଭାବିତ ମଧ୍ୟ କରିବେନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.