ଆଜି ପ୍ରଦୀପ ମହାରଥୀଙ୍କ ଜାମିନ୍ ଉପରେ ଶୁଣାଣି, ଫ୍ଲାଇଂ ସ୍କ୍ବାର୍ଡକୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇ ଅଛନ୍ତି ହସ୍ପିଟାଲରେ

Published By : Prameya-News7 Bureau | April 24, 2019 IST

ଭୁବନେଶ୍ବର ୨୪|୪: ଆଜି ପ୍ରଦୀପ ମହାରଥୀଙ୍କ ଜାମିନ୍ ଶୁଣାଣି । ଫ୍ଲାଇଂ ସ୍କ୍ବାର୍ଡ ଉପରେ ରବିବାର ରାତିରେ ହୋଇଥିବା ଆକ୍ରମଣ ଘଟଣାରେ ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୋଲିସ ସୋମବାର ଗିରଫ କରିଥିଲା । ଗିରଫ ପରେ ମହାରଥୀଙ୍କୁ  ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର କରିଥିଲା ପୋଲିସ ।

ତେବେ ମହାରଥୀଙ୍କ ପକ୍ଷରୁ  ହୋଇଥିବା ଜାମିନ୍ ଆବେଦନ ଉପରେ ଆଜି ଶୁଣାଣି ହେବ । ସ୍ବତନ୍ତ୍ର ଜଜ୍ ତଥା ଏଡିଜେ-୩ ଏହି ଆବେଦନର ଶୁଣାଣି କରିବେ। ପୂର୍ବରୁ କୋର୍ଟରେ ଏଥିପାଇଁ ଆବଶ୍ୟକ କାଗଜପତ୍ର ମହାରଥୀଙ୍କ ପକ୍ଷରୁ ଓକିଲ ଦାଖଲ କରି ସାରିଛନ୍ତି। ଫ୍ଲାଇଂ ସ୍କ୍ବାର୍ଡର ମାଜିଷ୍ଟ୍ରେଟ୍  ଓ ଅନ୍ୟ ସଦସ୍ୟଙ୍କୁ ମାଡ ମାରିବା ଅଭିଯୋଗରେ ମହାରଥୀ ଗିରଫ ହେବା ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଥିଲା ।  ଜାମିନ ଆବେଦନର ଶୁଣାଣି ନହେବା ପର୍ଯ୍ୟନ୍ତ ସେ ଜେଲରେ ରହିବେ ।

ଗିରଫ ପରେ ସେ ଅସୁସ୍ଥ ହୋଇପଡିଥିବା ବେଳେ ଅସୁସ୍ଥ ହୋଇପଡିବାରୁ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ତାଙ୍କ ବିରୋଧରେ ଦଫା ୩୦୭ ହତ୍ୟା ପାଇଁ ଉଦ୍ୟମରୁ ଆରମ୍ଭ କରି ୩୫୩, ୩୪୧, ୩୩୨, ୧୪୭, ୧୪୮, ୧୪୯ ଦଫା ଲଗାଇଛି। ଏଥିସହ ୧୭୧ ବି, ୧୮୬ ଓ ଏବଂ ଲୋକ ପ୍ରତିନିଧି ଆଇନ ୧୨୩ରେ ମାମଲା ରୁଜୁ କରିଛି ପୋଲିସ । ମହାରଥୀଙ୍କୁ ଭୁବନେଶ୍ବର ସ୍ଥିତ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.