ପାଟଣାଗଡ ପୂର୍ତ୍ତ ଯନ୍ତ୍ରୀଙ୍କୁ ଉଠବସ୍ ଘଟଣା : ଆଜି ବିଧାୟକ ସରୋଜ ମେହେରଙ୍କ ଜାମିନ୍ ଆବେଦନର ଶୁଣାଣି
6/07/2019 at 9:37 AM

ଭୁବନେଶ୍ବର ୬|୭: ପାଟଣାଗଡ଼ ବିଧାୟକ ସରୋଜ ମେହରଙ୍କ ଜାମିନ୍ ଆବେଦନର ଆଜି ଶୁଣାଣି କରିବେ ଭୁବନେଶ୍ବର ଏଡିଜେ କୋର୍ଟ । ପୂର୍ବ ନିର୍ଦେଶ ମୁତାବକ କୋର୍ଟ ଗତକାଲି ଝାରପଡ଼ା ଜେଲରୁ ଭିଡିଓ କନ୍ ଫରେନ୍ସିଂ ଜରିଆରେ ବିଧାୟକଙ୍କ ଜାମିନ୍ ଆବେଦନର ଶୁଣାଣି କରିଥିଲେ । ଏହି ସମୟରେ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୂର୍ତ୍ତ ବିଭାଗ ଜେଇ ଓ ତାଙ୍କ ପତ୍ନୀ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । ଜେଇଙ୍କୁ ଉଠବସ୍ ଘଟଣାରେ ଗିରଫ ହୋଇ ପ୍ରଥମେ ପାଟଣାଗଡ଼ ଜେଲ୍ ଓ ପରେ ଝାରପଡ଼ା ଜେଲରେ ଅଛନ୍ତି ବିଧାୟକ ସରୋଜ ମେହେର୍ । ତେବେ ଆଜି ଜଣାପଡ଼ିବ ବିଧାୟକଙ୍କୁ ବେଲ୍ ମିଳିବ ନା’ ପୁଣି ଯିବାକୁ ପଡ଼ିବ ଜେଲ୍ ତାହା ଶୁଣାଣି ପରେ ଜଣାପଡିବ ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021