ଜେଇଙ୍କୁ ବସଉଠ କରିବା ଘଟଣା : ବିଧାୟକ ସରୋଜ ମେହେରଙ୍କ ଆଗୁଆ ଜାମିନ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି
20/06/2019 at 10:38 AM

କଟକ ୨୦|୬: ପାଟଣାଗଡ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ବସଉଠ କରିବା ଘଟଣା ତେଜିବାରେ ଲାଗିଛି । ଏହି ମାମଲାରେ ବିଧାୟକ ସରୋଜ ମେହେରଙ୍କ ଆଗୁଆ ଜାମିନ ଆବେଦନ ଉପରେ ଆଜି ହାଇକୋର୍ଟରେ ଶୁଣାଣି ହେବ ।
ସେପଟେ ଏହାକୁ ଖାରଜ କରିବା ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ପରିବାର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ବିଧାୟକ ପ୍ରମାଣ ନଷ୍ଟ କରିବା ସହ କନିଷ୍ଠ ଯନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଯୁକ୍ତି ଦର୍ଶାଯାଇଛି । କନିଷ୍ଠ ଯନ୍ତ୍ରୀଙ୍କୁ ସମର୍ଥନ କରି ଆଦିବାସୀ ସଂଘ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶାସନ ଓ ପୋଲିସକୁ ଦେଇଥିବା ସମୟ ସୀମା ଶେଷ ହୋଇଛି ।
ତେଣୁ ରାଜ୍ୟ ସ୍ତରରେ ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଛି ସଂଘ । ଏପରି ସ୍ଥିତିରେ ବିଧାୟକଙ୍କ ଅଡୁଆ ବଢିପାରେ । ସେପଟେ ଜେଇଙ୍କୁ ଚାପୁଡ଼ା ମାରିଥିବା ନିର୍ବାହୀ ଯନ୍ତ୍ରୀଙ୍କୁ ଖସାଇଦେବାକୁ ମଧ୍ୟ ଚାଲ୍ ଚାଲିଛି । ଏଯାଏଁ ନିର୍ବାହୀ ଯନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ଏନେଇ ବିରୋଧର ସ୍ବର ମଧ୍ୟ ଉଟିଲାଣି ।