ବେଲ୍ ନା ଜେଲ୍ ? ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା କମେଡି କୁଇନ୍ ଭାରତୀ ଓ ସ୍ବାମୀ ହର୍ଷଙ୍କ ଜାମିନ୍ ଆବେଦନର ଆଜି ଶୁଣାଣି

Published By : Prameya-News7 Bureau | November 23, 2020 IST

ମୁମ୍ବାଇ ୨୩।୧୧: ଡ୍ରଗ୍ସ ମାମଲାରେ ଗିରଫ ହୋଇ ବିଭାଗୀୟ ହାଜତରେ ଅଛନ୍ତି କମେଡି କୁଇନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଳିମ୍ବାଚିଆ । ଉଭୟଙ୍କୁ ଡିସେମ୍ବର ୪ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ, ଏନଡିପିଏସ୍ କୋର୍ଟ । ସୋମବାର ଉଭୟଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେବ ।

ନିଶାଦ୍ରବ୍ୟ ରଖିବା ଅଭିଯୋଗରେ ଭାରତୀ ସିଂହଙ୍କୁ ଏନସିବି ଶନିବାର ଗିରଫ କରିଥିବା ବେଳେ ରବିବାର ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ଗିରଫ କରିଥିଲା । ଭାରତୀଙ୍କ ଘର ଓ ଅଫିସ ଉପରେ ଚଢ଼ାଉ ହୋଇଥିଲା । ତାଙ୍କ ଘରୁ ୮୬.୫ ଗ୍ରାମ ଗଞ୍ଜେଇ ମିଳିଥିଲା । ଭାରତୀଙ୍କ ସ୍ବାମୀ ହର୍ଷଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । କିନ୍ତୁ କୋର୍ଟ ଉଭୟଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇଦେଇଛନ୍ତି ।

ଉଭୟ ଭାରତୀ ଓ ତାଙ୍କ ସ୍ବାମୀଙ୍କ ବିରୋଧରେ ନାର୍କୋଟିକ୍ସ ଆକ୍ଟ-୧୯୮୬ର ଧାରା ୨୭ଏ ଲାଗୁ ହୋଇଛି । ଉଭୟ ନିଶା ସେବନ କରୁଥିବାର ସ୍ବୀକାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.