ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା, ଫେବ୍ରୁଆରୀ ୧ ପୁଞ୍ଜିଲାଲର ଜାମିନ ଆବେଦନ ଉପରେ ଶୁଣାଣି

Published By : Prameya-News7 Bureau | January 17, 2021 IST

ବଲାଙ୍ଗୀର ,୧୭/୦୧:  ବଲଙ୍ଗୀରର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଏବେ ଜେଲରେ ଅଛି । ପୁଞ୍ଜିଲାଲର ଜାମିନ ଆବେଦନ ଉପରେ ଆସନ୍ତା ଫେବୃଆରୀ ୧ ତାରିଖ ଦିନ ଶୁଣାଣି କରାଯିବ ।

ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପୁଞ୍ଜିଲାଲର ଜାମିନ ଆବେଦନର ଶୁଣାଣି ଚାଲିଛି । ପୂର୍ବରୁ ୨୦୨୦ ଜୁନ୍ ୨୯ରେ ପୁଞ୍ଜିଲାଲ ବିରୋଧରେ ବିଚାରାଧୀନ ମାମଲାର ସ୍ଥିତି ସଂପର୍କରେ ହାଇକୋର୍ଟ ପାଟଣାଗଡ଼ ଏଡିଜେ ଅଦାଲତରୁ ରିପୋର୍ଟ ତଲବ କରିଥିଲେ। ଏ ସଂପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ ହୋଇଥିଲା । ତେବେ ପୁଞ୍ଜିଲାଲ ଏବେ ବଲାଙ୍ଗୀର ଜେଲରେ ବିଚାରାଧିନ କଏଦୀ ଭାବରେ ସଜା କାଟୁଛି l

ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଫେବ୍ରୁଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଏହି ଭୟଙ୍କରେ ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ପାଟଣାଗଡ଼ ସହରର ବରହମପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ବୋମା ଭର୍ତ୍ତି ପାର୍ସଲ ବିସ୍ଫୋରଣ ହୋଇଥିଲା । ଏଥିରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ଏବଂ ତାଙ୍କ ସମ୍ପର୍କୀୟ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.