ବହୁ ଚର୍ଚ୍ଚିତ ଛତିଶଗଡ଼ରେ ମା-ଝିଅ ହତ୍ୟା ମାମଲା, ବିଧାୟକ ଅନୁପ ସାଏଙ୍କ ସହଯୋଗୀକୁ ଜାମିନ୍‌

Published By : Prameya-News7 Bureau | October 07, 2021 IST

ବିଳାସପୁର, ୦୭/୧୦: ବହୁ ଚର୍ଚ୍ଚିତ ଛତିଶଗଡ଼ରେ ମା-ଝିଅ ହତ୍ୟା ମାମଲାରେ ଜାମିନ ପାଇଲେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସହଯୋଗୀ ଡ୍ରାଇଭର ବର୍ଦ୍ଧନ ଟପ୍ପୋ। ଜାମିନ ମଞ୍ଜୁର କଲେ ବିଳାସପୁର ହାଇକୋର୍ଟ। ଗତ ୨୦୨୦ ମସିହା ଫେବୃଆରୀ ୧୫ ତାରିଖରୁ ଗିରଫ ହୋଇ ରାୟଗଡ ଜେଲରେ ରହିଛନ୍ତି ବର୍ଦ୍ଧନ। ୫୦ ହଜାର ଟଙ୍କା ବଣ୍ଡ ସହ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଗ୍ୟାରେଣ୍ଟିରେ ବିଳାସପୁର ହାଇକୋର୍ଟ ଜଜ୍ ରଜନୀ ଦୁବେ ଜାମିନ ମଞ୍ଜୁର କରିଥିବା ଜଣାପଡ଼ିଛି।

୨୦୧୬ ମସିହାରେ ରାୟଗଡ ନିକଟରେ ଅଜଣା ମା-ଝିଅଙ୍କ ମୃତଦେହ ଉଦ୍ଧାର କରିଥିଲା ରାୟଗଡ ପୋଲିସ। ପରେ ବ୍ରଜରାଜନଗର ରାଜପୁର ଗାଁର କଳ୍ପନା ଦାଶ ଓ ଝିଅ ବଵଲି ବୋଲି ଜଣାପଡି ଥିଲା। ଏହି ମାମଲାରେ ଅଭିଯୁକ୍ତ ଭାବେ ଜେଲରେ ଅଛନ୍ତି ପୂର୍ବତନ ବିଧାୟକ ଅନୁପ ସାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.