ଚାକିରୀ ଲୋଭ ଦେଖାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କଲା ୬ଥର ବିବାହ କରିଥିବା ଶିକ୍ଷକ

Published By : Prameya-News7 Bureau | July 08, 2019 IST

ପେଣ୍ଡ୍ରା ୮/୭: ୬ଥର ବିବାହ କରିଥିବା ଜଣେ ଶିକ୍ଷକ ପ୍ରଥମେ ଚାକିରୀ ଲୋଭ ଦେଖାଇ ଏକୁଟିଆ ରହୁଥିବା ବିବାହିତା ମହିଳାଙ୍କୁ ବନ୍ଧକ ରଖି ଦୁଷ୍କର୍ମ କଲା। ଯେତେବେଳେ ମହିଳା ଗର୍ଭବତୀ ହେଲେ ବିବାହ କରିବା ବାହାନା କରି ଯୈାନ ଶୋଷଣ କରିଥିଲା। ଦୀର୍ଘ ଦିନ ପରେ ବି ଶିକ୍ଷକ ବିବାହ ନକରିବାରୁ ମହିଳା ଗତକାଲି ପେଣ୍ଡ୍ରା ଥାନାରେ ୩୭୬ ଏବଂ ୫୦୬ଧାରାରେ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଯାଇଛି। ଶିକ୍ଷକର ପଞ୍ଚମ ପତ୍ନୀ ତା’ର ୬ଟି ବିବାହ ହୋଇଥିବା କଥା କହିଥିଲେ।

ମହଗାଁଓ ଓ୍ବାର୍ଡ଼ ନମ୍ବର -୨ ସୁରଜପୁର ବାସିନ୍ଦା ଶିକ୍ଷକ ଶମଶୀର ମସୁରୀ(୪୩) ପେଣ୍ଡ୍ରା ଥାନା ଅଞ୍ଚଳର ଦେବରୀ କଳା ଗାଁରେ ଘର କରି ରହିଥିଲା। ସ୍ବାମୀଙ୍କଠୁ ଅଲଗା ହୋଇ ଜଣେ ମହିଳା ତାଙ୍କ ଝିଅ ସହିତ ଏକୁଟିଆ ରହିଥିଲେ। ହଠାତ୍ କିଛି ଦିନ ହେବ ଶମଶୀର ତାଙ୍କ ଘରକୁ ଯିବା ଆସିବା କରିବାକୁ ଲାଗିଲା। ଥରେ ଶମଶୀର ତାକୁ ପ୍ରଲୋଭିତ କରିଥିଲା ଯେ ସେହି ମହିଳା ଜଣକ ତା’ ଜାତିର ସେଥିପାଇଁ ସେ ତାଙ୍କୁ ମାସିକ ୨୦ହଜାର ଟଙ୍କାରେ ଚାକିରୀରେ ନିଯୁକ୍ତ କରିପାରିବ। ମହିଳା ମଧ୍ୟ ତା’ କଥାରେ ରାଜି ହୋଇଯାଇଥିଲେ।

ଏହା ପରେ ମହିଳାଙ୍କୁ ଅଭିଯୁକ୍ତ ଶିକ୍ଷକ ନିଜ ସହ ସୁରଜପୁର ପାଖରେ ଶିବ ପ୍ରସାଦ ନଗର ନେଇ ଯାଇଥିଲା ଏବଂ ୧୦ଦିନ ବନ୍ଧକ ରଖି ଦୁଷ୍କର୍ମ କରିଥିଲା। ଏଥିରେ ମହିଳା କାର୍ଯ୍ୟାନୁଷ୍ଠାନ ନେବା କଥା କହିବାରୁ ସେ ତାଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲା ଏବଂ ବାରମ୍ବାର ଯୈାନ ଶୋଷଣ କରିଥିଲା। ମହିଳା କହିଥିଲେ ଯେ ଗର୍ଭବତୀ ହେବା ପରେ ଶମସୀର ଜବରଦସ୍ତି ତାଙ୍କର ଗର୍ଭପାତ କରାଇଥିଲା। ଶମସୀର ବର୍ତ୍ତମାନ ସୋରଗା ଗାଁର ବିକାଶଖଣ୍ଡ ବୈକୁଣ୍ଠପୁରରେ ଶିକ୍ଷକ ପଦରେ ପଦସ୍ଥ ଅଛି।

ଶିକ୍ଷାକର୍ମୀ ଶମସୀର ଅନେକ ମହିଳାଙ୍କୁ ଏପରି ଧୋକା ଦେଇଛି। ସେ ଏହି ପରି ଛଳନା କରି ୬ଟି ବିବାହ କରିଛି। ସେ ୬ଷ୍ଠ ପତ୍ନୀକୁ ଘରେ ଆଣିବାରୁ ମାମଲା ବିଷୟରେ ଜଣା ପଡ଼ିଥିଲା। ସେ ୬ଷ୍ଠ ପତ୍ନୀ ଚକ୍କରରେ ପଞ୍ଚମ ପତ୍ନୀକୁ ମାରପିଟ କରି ଘରୁ ତଡ଼ି ଦେଇଥିଲା। ଏହାପରେ ସେ ଥାନାରେ ଆସି ମାମଲା ରୁଜୁ କରିଥିଲେ। ପୋଲିସ୍ ଯାଞ୍ଚ କରିବାରୁ ଶିକ୍ଷକର ପର୍ଦ୍ଦାଫାଶ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.