"ବିଜେପିରେ ମିଶିବାକୁ ୨୨ ବର୍ଷ ଅପେକ୍ଷା କଲି" : ବୈଜୟନ୍ତ

Published By : Prameya-News7 Bureau | March 04, 2019 IST

ଦିଲ୍ଲୀ ୪/୩ : ଶେଷରେ ପୂର୍ବତ୍ତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେଇଛନ୍ତି | ବିଜେପିର ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ବୈଜୟନ୍ତ ଆଜି ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି | ଦଳରେ ଯୋଗ ଦେବାପରେ ଟ୍ୱିଟ କରି ବୈଜୟନ୍ତ କରିଛନ୍ତି ଯେ, ୨୨ ବର୍ଷ ତଳୁ ବିଜେପିରେ ଯୋଗ ଦେବା ପାଇଁ ସେ ଚାହୁଁଥିଲେ | ଆଜି ତାଙ୍କର ସେହି ଇଛା ସାକାର ହୋଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି | ବିଜେଡିରୁ ନିଲମ୍ବିତ ହେବା ପରେ ୨୦୧୮ ଜୁନ୍ ୧୨ ତାରିଖରେ ସେ କେନ୍ଦ୍ରାପଡା ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ଆଜି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟ ଠାରେ ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଦଳର ଓଡିଶା ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କେ.ବି.ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ବୈଜୟନ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ |

{"id":90646}

୨୦୧୮ ମେ ୨୮ ତାରିଖରେ ସେ ବିଜେଡି ଛାଡିଥିଲେ । ଦଳ ଛାଡିବା ପରେ ସେ ବିଜେପିରେ ଯୋଗଦେବେ ବୋଲି ବରାବର ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ତାଙ୍କୁ ଗ୍ରହଣ କରୁନଥିବାରୁ ତାହା ସମ୍ଭବ ହୋଇପାରୁନଥିଲା । ପରେ ବିଜେଡିରୁ ଦାମଦୋର ରାଉତ ବହିସ୍କୃତ ହେବା ପରେ ସେ ଦାମଙ୍କ ସହ ମିଶି ନୂଆ ଦଳ ଗଠନ କରିପାରନ୍ତି ବୋଲି ଆଲୋଚନା ମଧ୍ୟ ହୋଇଥିଲା ।

{"id":90651}

ତେବେ ବିଭିନ୍ନ କାରଣ ଯୋଗୁଁ ଏହି ଆଲୋଚନା ବାସ୍ତବ ରୂପ ନେଇନଥିଲା । ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଦଳ ଛାଡିବା ଏବଂ ବ୍ରଜ ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ମହାମେଣ୍ଟ କରିବା ପାଇଁ ଯେଉଁ ଘୋଷଣା କରିଥିଲା ସେଥିରେ ବୈଜୟନ୍ତଙ୍କ ଭୂମିକା ମଧ୍ୟ ରହିବ ବୋଲି ଚର୍ଚ୍ଚା ହେଉଥିଲା ।

{"id":90647}

ନିକଟରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଓଡିଶା ଆସିଥିବା ବେଳେ ତାଙ୍କୁ ବୈଜୟନ୍ତଙ୍କ ପତ୍ନୀ ଜଗି ମଙ୍ଗତ ପଣ୍ଡା ସାକ୍ଷାତ କରିଥିଲେ । ତେବେ ଏହାପରେ ମଧ୍ୟ ବୈଜୟନ୍ତ ବିଜେପିରେ ଯୋଗଦେବା ସମ୍ଭବ ହୋଇନଥିଲା । ତେଣୁ ବୈଜୟନ୍ତ ହୁଏତ ପୁଣି ବିଜେଡି ମୁହାଁ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.