ମିଥ୍ୟା ସତ୍ୟପାଠ ମାମଲାର ତଥ୍ୟ ମାଗିଲେ ସାଂସଦ ବୈଜୟନ୍ତ ପଣ୍ଡା

Published By : Prameya-News7 Bureau | May 05, 2018 IST

ମିଥ୍ୟା ସତ୍ୟପାଠ ମାମଲାରେ ଛନ୍ଦି ହୋଇପଡିଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଏବେ ତାଙ୍କ ବିରୋଧରେ ହୋଇଥିବା ମାମଲାର ତଥ୍ୟ ମାଗିଛନ୍ତି । ସାଂସଦଙ୍କ ଓକିଲ ଏନେଇ କେନ୍ଦ୍ରାପଡା ଏସଡିଜିଏମ୍ ଙ୍କ କୋର୍ଟରେ ଆବେଦନ କରିଛନ୍ତି । ମାମାଲାରେ କରାଯାଇଥିବା ଅଭିଯୋଗର ଆଧାର ଏବଂ ଅନ୍ୟାନ୍ୟ ତଥ୍ୟ ପାଇଁ କରିଛନ୍ତି ଅନୁରୋଧ । ୨୦୧୪ ସାଧାରଣ ନିର୍ବ।ଚନରେ ସାଂସଦ ଦାଖଲ କରିଥିବା ପ୍ରାର୍ଥୀପତ୍ରରେ ଦେଇଥିବା ସତ୍ୟପାଠରେ ଭୁଲ ତଥ୍ୟ ରଖିଥିବା ଅଭିଯୋଗ ହୋଇଥିଲା । ଡେରାବିଷ ଅଂଚଳର ଭୋଟର ଦିଲ୍ଲୀପ ଦାସ ଏପରି ଅଭିଯୋଗଆଣି ସଂ।ସଦଙ୍କ ବିରୋଧରେ ଫୌଜଦାରି ମାମଲା ରୁଜୁ ପାଇଁ କୋର୍ଟରେ ଆବେଦନ କରିଥିଲେ । ସେହି ଅଭିଯୋଗ ଆଧାରରେ କୋର୍ଟ କେନ୍ଦ୍ରାପଡା ଟାଉନ ଥାନାକୁ ମାମଲା ରୁଜୁ ସହ ଜୁଲାଇ ୨୫ ସୁଧା ତଦନ୍ତ ରିର୍ପୋଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ମାମଲାର ତଥ୍ୟ ପାଇଁ ସଂ।ସଦ ଙ୍କ ପକ୍ଷରୁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.