ଜାନୁଆରୀ ପ୍ରଥମ ସପ୍ତାହରେ ଲୋକାର୍ପିତ ହେବ ବୈଜୟନ୍ତ ପଣ୍ଡାଙ୍କ ଇଂରେଜୀ ପୁସ୍ତକ : ଜାଣନ୍ତୁ କ'ଣ ରହିଛି ଏଥିରେ

Published By : Prameya-News7 Bureau | December 27, 2018 IST

ଭୁବନେଶ୍ୱର ୨୭/୧୨ : ପୂର୍ବତ୍ତନ ସାଂସଦ ବୈଜୟନ୍ତ ପଣ୍ଡା ଇଂରେଜୀରେ ଏକ ପୁତଙ୍କ ରଚନା କରିଛନ୍ତି | ଏହି ପୁସ୍ତକ ଜାନୁଆରୀ ପ୍ରଥମ ସପ୍ତାହରେ ଲୋକାର୍ପିତ ହେବ ବୋଲି ବୈଜୟନ୍ତ ଟ୍ୱିଟ ଜରିଆରେ ଜଣାଇଛନ୍ତି | ପୁସ୍ତକଟିର ନା ହେଉଛି "ଲୁଟିଏନ୍ସ ମାଭେରୀକ ଗ୍ରାଉଣ୍ଡ ରିୟାଲିଟିଜ, ହାର୍ଡ ଚଏସେସ ଏଣ୍ଡ ଟୁମୋରୋଜ ଇଣ୍ଡିଆ"( Lutyens Maverick ground realities, hard choices and tomorrows India) | ଏହି ପୁସ୍ତକକୁ ରୂପା ପ୍ରକାଶନୀ ସଂସ୍ଥା ପ୍ରକାଶ କରିଛି | ପୁସ୍ତକରେ କଣ ରହିଛି ଓ ଏହା କେଉଁ ବିଷୟ ଉପରେ ଆଧାରିତ ତାହା ବୈଜୟନ୍ତ ଗୋପନ ରଖିଛନ୍ତି | କିନ୍ତୁ ନାଁର ଯଦି ଆକ୍ଷରିକ ଅର୍ଥ କରାଯାଏ ଟା'ହେଲେ ସମ୍ଭବତଃ ଦିଲ୍ଲୀ ଭଳି ରାଜଧାନୀର ସ୍ଥପତିଙ୍କ ଚିନ୍ତାଧାରା ଓ ଏହା ବାସ୍ତବ ସତ୍ୟ ଉପରେ ଆଧାରିତ | ଅନ୍ୟ ଅର୍ଥରେ କହିବାକୁ ଗଲେ ପାୱାର କରିଡରରେ ମୁକ୍ତ ବିଚାରର ପ୍ରତୀକାତ୍ମକ ଉପରେ ସ୍ଥାପନ ହୋଇଥାଇପାରେ |


ବୈଜୟନ୍ତ ଏବେ ବିଜେଡି ପରିତ୍ୟାଗ କରି ସ୍ୱାଧୀନ ରହିଛନ୍ତି | କୌଣସି ରାଜନୈତିକ ଦଳ ସହ ଏଯାଏଁ ସମ୍ପୃକ୍ତ ହୋଇନାହାନ୍ତି | ତାଙ୍କର ରାଜନୈତିକ ଆଭିମୁଖ୍ୟ ମଧ୍ୟ ଅସ୍ପଷ୍ଟ ରହିଛି | ସମ୍ଭବତଃ ବିଜେପିରେ ସେ ଯୋଗ ଦେବେ ବୋଲି ଯେଉଁ ଆକଳନ କରାଯାଇଥିଲା, ତାହା ମଧ୍ୟ ଘଟୁନଥିବା ଏକ ପ୍ରକାର ସ୍ପଷ୍ଟ ହେବାରେ ଲାଗିଛି | ୨୦୧୯ ସାଧାରଣ ନିର୍ବାଚନକୁ ଆଉ କମ ସମୟ ଥିବାବେଳେ ବୈଜୟନ୍ତଙ୍କ ରାଜନୈତିକ ରାସ୍ତା ସ୍ଥିର ହୋଇନାହିଁ | ଏଭଳି ସ୍ଥିତିରେ ତାଙ୍କ ପୁସ୍ତକ ପ୍ରକାଶକୁ ନେଇ ବହୁ କଳ୍ପନା ଜଳ୍ପନା ପ୍ରକାଶ ପାଇଛି | ଏହି ପୁସ୍ତକରେ ବୈଜୟନ୍ତ କଣ କହିଥାଇପାରନ୍ତି ତାକୁ ନେଇ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି |

wp:quote

Launching January 1st week? pic.twitter.com/dt4R99Km9s— Baijayant Jay Panda (@PandaJay) December 27, 2018

/wp:quote


ସାଧାରଣତଃ ବିଭିନ୍ନ ପ୍ରସଙ୍ଗରେ ସ୍ତମ୍ଭ ଲେଖିବାରେ ବୈଜୟନ୍ତଙ୍କ ରୁଚି ରହିଛି | ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ବିଭିନ୍ନ ସମୟରେ ସ୍ତମ୍ଭ ଲେଖି ଆସିଛନ୍ତି | ଅନେକ ସମୟରେ ଏହି ସ୍ତମ୍ଭକୁ ନେଇ ମଧ୍ୟ ବିବାଦ ଓ ଝଡ ସୃଷ୍ଟି ହୋଇଛି | ଏହି ସବୁ ସ୍ତମ୍ଭରୁ କିଛି କିଛି ଅଂଶ ବୈଜୟନ୍ତଙ୍କ ନୂଆ ପୁସ୍ତକରେ ସ୍ଥାନ ପାଇଥିବା କେହି କେହି ପୂର୍ବାନୁମାନ କରୁଛନ୍ତି |


ବିଭିନ୍ନ ଜାତୀୟ ପ୍ରସଙ୍ଗ ଓ ସାମାଜିକ ଚଳନିକୁ ନେଇ ମଧ୍ୟ ବୈଜୟନ୍ତ ନିଜର ମୁକ୍ତ ବିଚାର ଉପସ୍ଥାପନା କରି ବୈଜୟନ୍ତ ସର୍ବଦା ନିଜକୁ ପ୍ରୋଗ୍ରେସିଭ ଭାବେ ଉପସ୍ଥାପନା କରିବାକୁ ଚାହିଁଛନ୍ତି |


ସେହି ଦୃଷ୍ଟି କୋଣରୁ ବିଜେଡିରେ ଥାଇ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତେକ ନିଆରା କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବୈଜୟନ୍ତ | ନିଜ ଛବିକୁ ସେହି ରାସ୍ତାରେ ଅଧିକ ଶାଣିତ କରିବା ପାଇଁ ଏହି ପୁସ୍ତକର ପରିକଳ୍ପନା ହୋଇଥାଇପାରେ ବୋଲି ମଧ୍ୟ କିଛି ସମୀକ୍ଷକ ମତ ରଖିଛନ୍ତି |

{"id":67679}


ରାଜ୍ୟ ରାଜନୀତିର ଧାରା ଓ ବିଜେଡି ପ୍ରତି ଆକ୍ରୋଶ ଏହି ପୁସ୍ତକରେ ପ୍ରତିଫଳିତ ହୋଇଥିବକି ବୋଲି ଲୋକଙ୍କ ମନରେ ଉତ୍କଣ୍ଠା ରହିଛି | କିନ୍ତୁ ବୈଜୟନ୍ତଙ୍କ ମନୋଭାବକୁ ଲକ୍ଷ କରି କୁହାଯାଇପାରେ ଯେ, ବୈଜୟନ୍ତ ହୁଏତ ରାଜ୍ୟ ରାଜନୀତି ସମ୍ପର୍କରେ ପୁସ୍ତକରେ କିଛି ସିଧାସଳଖ କହିନଥିବେ | ରାଜ୍ୟ ରାଜନୀତି ସମ୍ପର୍କରେ ଟୀକା ଟିପ୍ପଣୀ କରି ବୈଜୟନ୍ତ ନିଜ ଛବିକୁ ତଳକୁ ଖସାଇବାକୁ ଚାହିଁନଥିବେ | ତଥାପି ତାଙ୍କ ପୁସ୍ତକରୁ ଉଦ୍ଧୃତାଂଶ ନେଇ ତାକୁ ରାଜ୍ୟ ରାଜନୀତି ସହିତ ନିଶ୍ଚୟ ଯୋଡ଼ାଯିବ |


ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପାଣିପାଗ ଓ ସେଥିରେ ବୈଜୟନ୍ତଙ୍କ ନୂଆ ବହିର ଲୋକାର୍ପଣ ନିଶ୍ଚୟ ଚର୍ଚ୍ଚାର ଖୋରାକ ଯୋଗାଇବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.