Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

କେନ୍ଦ୍ରାପଡା ନୁହେଁ କଟକ ଲୋକ ସଭା ଆସନରୁ ଲଢ଼ିବେ ବୈଜୟନ୍ତ

24/06/2018 at 11:29 AM

କେନ୍ଦ୍ରାପଡା ନୁହେଁ କଟକ ଲୋକ ସଭା ଆସନରୁ ଲଢ଼ିବେ ବୈଜୟନ୍ତ। ବିଜେପି କଟକ ନେତା ବୈଜୟନ୍ତଙ୍କୁ ଏଭଳି ପ୍ରସ୍ତାବ ଦେବା ପରେ ଚିହିଁକି ଉଠିଛି ବିଜେଡି। କଟକରୁ ୫୦ହଜାର ଭୋଟବି ପାଇବେନି ବୈଜୟନ୍ତ ବୋଲି ବିଜେଡି କହିଛନ୍ତି। ଏପଟେ ସମୀର ଦେଙ୍କ ଘରେ ବୈଜୟନ୍ତ ମେଳିକୁ ନେଇ ବିଜଡି ରିଆକ୍ଟ ବି ହେଇଛି। ଯାହା ଆଗରୁ ଚର୍ଚ୍ଚା ହେଉଥିଲା ତାହା ଏବେ ଲୋକେ ଜାଣିଲେ। ଆଉ ବୈଜୟନ୍ତଙ୍କ ଉପରେ ସ୍ପଷ୍ଟୀ କରଣ ଦେବାର ନାହିଁ। ବୈଜୟନ୍ତ ଯେଉଁ ଦଳକୁ ଗଲେ ବିଜେଡି ଉପରେ କିଛି ପ୍ରଭାବ ପଡିବନି…
କେନ୍ଦ୍ରାପଡାରୁ ଲଢ଼ିବେନି ବୈଜୟନ୍ତ।କଟକରୁ ଲୋକସଭା ଆସନରୁ ଲଢ଼ିବେ ପୁଣି ବିଜେପି ଟିକେଟରେ।ଯେଉଁ କେନ୍ଦ୍ରପଡାରେ ବୈଜୟନ୍ତ ଏତେ ବିକାଶ କରୁଥିଲେ ବୋଲି ଦାବି କରୁଥିଲେ ହାଠତ ମନ କାହିଁକି ବଦଳିଗଲା। ପ୍ରଶ୍ନ ଉଠିବା ସ୍ବଭାବିକ। କାରଣ ବୈଜୟନ୍ତ ଭଲ ଭାବେ ଜାଣିଛନ୍ତି କେନ୍ଦ୍ରାପଡାରେ ବିଜେପି ଟିକେଟରେ ଲଢ଼ି ଜିତି ହେବନି। କାରଣ ଏହି ସିଟି ସବୁବେଳେ ଆଣ୍ଟି କଂଗ୍ରେସ ଏବଂ ଆଣ୍ଟି ବିଜେପି। ତେଣୁ କଟକ ତାଙ୍କ ପାଇଁ ଠିକ ହେବ। ଗୋଟେ ପଟେ ବିଜେପିର ଲୋକସଭା ପାଇଁ ଭଲ ପ୍ରାର୍ଥୀ କେହି ନାହାନ୍ତି। ଭତୃହରିଙ୍କୁ ଟକ୍କର ଦେବାକୁ ବୈଜୟନ୍ତ ବିଜେପି ଠିକ ହେବେ। ଏପଟେ ବାରଙ୍ଗ ହେଉଛି ବୈଜୟନ୍ତଙ୍କ ଗାଁ। ନିଜ ମାଟିରୁ ଲଢ଼ିବେ। ତେଣୁ ବୈଜୟନ୍ତ କଟକ ଲୋକ ସଭା ସିଟକୁ ଆଖେଇଛନ୍ତି। କିନ୍ତୁ ଏପଟେ ବିଜେଡି କହିଛି କଟକ ହେଉଛି ବିଜେଡିର ଗଡ ତେଣୁ ବୈଜୟନ୍ତ କଟକରୁ ନିର୍ବାଚନ ଲଢ଼ିଲେ ୫୦ହଜାର ଭୋଟ ବି ପାଇବେନି।
କଟକରେ ସମୀର ଦେ ଘରେ ବୈଜୟନ୍ତଙ୍କୁ ଉପସ୍ଥିତିକୁ ନେଇ ବିଜେଡିରେ କମ୍ପନ ଦେଖିବାକୁ ମିଳିଛି। ଯାହା ଆଗରୁ ଚର୍ଚ୍ଚା ହେଉଥିଲା ଯେ ବୈଜୟନ୍ତ ବିଜେପି ନେତାଙ୍କ ସହିତ ଲିଙ୍କରେ ଅଛନ୍ତି ତାହା ଏବେ ଲୋକ ଜାଣିପାରିଛନ୍ତି। ତେଣୁ ପାଟିରୁ ସସପେଣ୍ତ କରିବା ପରେ ବୈଜୟନ୍ତ ଇସ୍ତଫା ଦେଇସାରିଛନ୍ତି । ତାଙ୍କ ବିଷୟରେ ଆଉ ସ୍ପଷ୍ଟୀ କରଣ ଦେବାର ନାହିଁ । ସେ କେଉଁ ପାର୍ଟିରେ ମିଶିବେ , କାହାକୁ ଭେଟିବେ ତାଙ୍କର ବ୍ୟକ୍ତିଗତ କଥା କହିଛନ୍ତି ବିଜେଡି। ଏପଟେ ବିଜେପି କହିଛି ବିଜେପି କେନ୍ଦ୍ରୀୟ ନେତାଙ୍କ ଠାରୁ ରାଜ୍ୟନେତାଙ୍କ ପ୍ରର୍ଯ୍ୟନ୍ତ ବୈଜୟନ୍ତ ସମ୍ପର୍କ ଅତ ନିବିଡ ବିଜେପିକୁ ଆସିଲେ କିଛି ଅସୁବିଧା ନାହି।
ବୈଜୟନ୍ତଙ୍କ ରାଜନୀତି ପୂରା ସରଗରମ। ବୈଜୟନ୍ତଙ୍କ ପ୍ରତି ପଦକ୍ଷେପ ଉପରେ ଏବେ ବିଜେଡି ନଜର ରଖିଛି। ଏପଟେ ବୈଜୟନ୍ତ ଆସନ୍ତା ୧ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପସ୍ଥିତି ଦଳରେ ମିଶିବା ନେଇ ଚର୍ଚ୍ଚା ହେଉଛି।

   Related Posts