Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

୧୬ ତାରିଖରେ ବିଜେପିରେ ଯୋଗଦେବେ ବୈଜୟନ୍ତ ! ସମର୍ଥକଙ୍କ ମଧ୍ୟରେ ଉତ୍କଣ୍ଠା

1/12/2018 at 3:51 PM

ଭୁବନେଶ୍ୱର ୧/୧୨ : ବିଜୁ ଜନତା ଦଳରେ କଣଠେସା ହୋଇ ରହିବାପରେ କ୍ଷୁବ୍ଧ ହୋଇ ବିଜେଡି ଛାଡିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆସନ୍ତା ୧୬ ତାରିଖରେ ବିଜେପିରେ ମିଶିବେ ! ଏମିତି ଏକ ଖବର ବୈଜୟନ୍ତଙ୍କ ସମର୍ଥକଙ୍କୁ ଉତ୍ସାହତା କରିଛି | ବିଜେଡି ଛାଡ଼ିବାପରେ ବୈଜୟନ୍ତ ବିଜେପିରେ ଯୋଗଦେବାକୁ ମନସ୍ତ କରିଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ତାହା ଫଳବତୀ ହୋଇପାରୁନଥିଲା | ବୈଜୟନ୍ତ ବିଜେପିକୁ ଆସନ୍ତୁ ଏ କଥା ଦଳର ସର୍ବେସର୍ବା ବୋଲି କୁହାଯାଉଥିବା ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାହୁଁନଥିବା ଆଲୋଚନା ହେଉଥିଲା | ବୈଜୟନ୍ତ ବିଜେପିରେ ଯୋଗଦେଲେ ଧର୍ମେନ୍ଦ୍ରଙ୍କ ପତିଆରା କ୍ଷୁର୍ଣ୍ଣ ହେବ ବୋଲି ଆଶଙ୍କା ଯୋଗୁଁ ଧର୍ମେନ୍ଦ୍ର ତାହା ଚାହୁଁନଥିବା କୁହାଯାଉଥିଲା | କିନ୍ତୁ ଏବେ ଦଳରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଇସ୍ତଫା ଦେବାପରେ ବିଜେପିରେ ଯେ, ଆଭ୍ୟନ୍ତରୀଣ ଅବସ୍ଥା ଠିକ ନାହିଁ ଏନେଇ ଚର୍ଚ୍ଚା ଓ ସମାଲୋଚନା ହେଉଛି | ଏହି ଚର୍ଚ୍ଚା ଓ ସମାଲୋଚନା ଅନ୍ତ କରିବା ପାଇଁ ଦୀର୍ଘ ଦିନରୁ ସ୍ଥଗିତ ହୋଇ ରହିଥିବା ବୈଜୟନ୍ତଙ୍କ ମିଶ୍ରଣ ପର୍ବ ଏବେ ଫଳବତୀ ହେବ ବୋଲି ଆଶା କରାଯାଉଛି |

ବୈଜୟନ୍ତ ବିଜେପିରେ ଯୋଗଦେବା ଯୋଜନାରେ ରହିଥିବାରୁ ଦାମବାବୁ ବିଜେଡିରୁ ବହିଷ୍କାର ହେବାପରେ ବୈଜୟନ୍ତ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ସିନା କିନ୍ତୁ ପରବର୍ତ୍ତୀ ସମୟରେ ଡମଙ୍କୁ ଆଉ ଧରା ଛୁଆଁ ଦେଇନଥିଲେ |
ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ୨ ବର୍ଷ ହେଲା ବୈଜୟନ୍ତ ବିଜେଡି ବିରୋଧୀ ମତପୋଷଣ କରି ଆସୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶର ପ୍ରଶଂସକ ପାଲଟିଥିଲେ | ତଥାପି ବିଜେପି ଦଳର ନିର୍ଦ୍ଧିଷ୍ଟ ଏକ ଗୋଷ୍ଠୀ ବୈଜୟନ୍ତଙ୍କୁ ଗ୍ରହଣ କରି ପାରୁନଥିବାରୁ ବିଜେପିରେ ତାଙ୍କ ମିଶ୍ରଣ ମଧ୍ୟ ବିଳମ୍ବିତ ହୋଇ ଚାଲିଛି |

ବୈଜୟନ୍ତଙ୍କ ପଛରେ ବିଜେପିରେ ମିଶିବା ପାଇଁ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଇଛା ପ୍ରକାଶ କରିଥିଲେ ମଧ୍ୟ ଦଳ ତାଙ୍କୁ ଆଗ ଦଳରେ ସାମିଲ କରିଛି | କୁହାଯାଉଛି ଯେ, ବୈଜୟନ୍ତଙ୍କ ମିଶ୍ରଣକୁ ଗ୍ରହଣ କରିପାରୁନଥିବା ଦଳର ଏହି ଗୋଷ୍ଠୀ ଅପରାଜିତାଙ୍କ ମିଶ୍ରଣରେ ମଧ୍ୟ ଖୁସି ନାହିଁ | ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଅପରାଜିତାଙ୍କ ସମ୍ପର୍କ ଯୋଗୁଁ ତାଙ୍କ ମିଶ୍ରଣକୁ ଅଟକା ଯାଇପାରିନଥିଲା | କିନ୍ତୁ ବୈଜୟନ୍ତଙ୍କ ମିଶ୍ରଣକୁ ଚତୁରତାର ସହ ଅଟକା ଯାଇପାରିଥିଲା |

ହେଲେ ଦଳରୁ ବିଜୟ ଓ ଦିଲ୍ଲୀପଙ୍କ ଇସ୍ତଫା ପରେ ଏବେ ଦଳର ମାନ ରକ୍ଷାର ଆବଶ୍ୟକତା ସୃଷ୍ଟି ହୋଇଛି | ତେଣୁ ବୈଜୟନ୍ତଙ୍କ ମିଶ୍ରଣକୁ ଆପାତତଃ ଗ୍ରୀନ ସିଗନାଲ ମିଳିଛି ଓ ଆସନ୍ତା ୧୬ ତାରିଖରେ ଦଳର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ପଦ୍ମ ଧରିବେ ବୋଲି ସ୍ଥିର ହୋଇଥିବା ଆଲୋଚନା ହେଉଛି |

   Related Posts